କଳା ଓ ସଂସ୍କୃତି ଧର୍ମ

ବାବା କାଳଭୈରବଙ୍କ ମନ୍ଦିରରେ ୫୦ ବର୍ଷ ପରେ ଘଟିଲା ଏମିତି ଘଟଣା: କଳେବର ଛାଡିଲେ ବାବା, ବିପଦ ଟଳିବାର ଦେଲେ ସଂକେତ

ବାରାଣାସୀ ୨୪/୦୨ : ଉତ୍ତର ପ୍ରଦେଶ ବାରାଣାସୀରେ ୫୦ ବର୍ଷ ପରେ କାଶୀ ସ୍ଥିତ କାଳଭୈରବ ନିଜର କଳେବର ଛାଡି ଦେଇଛନ୍ତି। ଦେଶ ଦୁନିଆରେ କିଛି ବଡ ବିପଦ ମାଡି ଆସୁଥିଲେ ବାବା ତାକୁ ନିଜ ଉପରକୁ ନେଇଯାନ୍ତି ଏବଂ ସେହି କାରଣରୁ ବାବା ନିଜେ କଳେବର ଛାଡି ଦିଅନ୍ତି ବୋଲି କୁହାଯାଏ। ମନ୍ଦିର ବ୍ୟବସ୍ଥାପକ ମହନ୍ତ ନବୀନ ଗିରି କହିଛନ୍ତି ଯେ ପ୍ରାୟ ୧୪ ବର୍ଷ ପୂର୍ବରୁ ବାବା ଆଂଶିକ ଭାବେ ନିଜ କଳେବର ଛାଡିଥିଲେ। ୫୦ ବର୍ଷ ପୂର୍ବରୁ ୧୯୭୧ ମସିହାରେ ବାବା ସମ୍ପୂର୍ଣ୍ଣ ରୂପେ ନିଜ କଳେବର ଛାଡି ଦେଇଥିଲେ।

ବୁଧବାର ଭୋର ସମୟରେ ଗର୍ଭଗୃହ କବାଟ ଖୋଲିବା ପରେ ଏହା ଜଣାପଡିଥିଲା। ନବୀନ ଗିରି କହିଛନ୍ତି ଯେ ତାଙ୍କ କହିଛନ୍ତି ଯେ ତାଙ୍କ ପୂର୍ବ ପିଢ଼ି କହିଥିଲେ ଯେ ଯେତେବେଳେ ବାବା ନିଜର କଳେବର ଛାଡି ଦିଅନ୍ତି ସେତେବେଳେ ଭାବିନେବା ଉଚିତ ଯେ ବାବା ଦେଶ-ଦୁନିଆ ଉପରକୁ ଆସୁଥିବା କୌଣସି ବଡ ବିପଦକୁ ନିଜ ଉପରକୁ ନେଇଯାଇଛନ୍ତି ଏବଂ ଦୁନିଆବାସୀଙ୍କୁ ଏହି ବଡ ବିପଦରୁ ରକ୍ଷା କରିଛନ୍ତି।


କାଳଭୈରବ କାଶୀର ବାବା। ବାବାଙ୍କୁ କାଶୀର ପ୍ରସିଦ୍ଧ ଠାକୁର। ସେ କାଶୀକୁ ଜଗି ବସିଛନ୍ତି ବୋଲି କୁହାଯାଏ। କାଳଭୈରବ ଭଗବାନ ଶିବଙ୍କ ଆଉ ଏକ ଅବତାର। କାଳଭୈରବଙ୍କ ସ୍ଥାନରୁ ଯମରାଜା ବି କାହାକୁ ନେଇପାରନ୍ତିନି ବୋଲି କୁହାଯାଏ।

ବାବା ସାଧାରଣତଃ ନିଜର ସିନ୍ଦୁର ରଙ୍ଗରେ କଳେବରରେ ବିରାଜମାନ କରିଥାନ୍ତି। ପ୍ରତିଦିନ ଭଳି ଶୟନ ଆଳତୀ ପରେ ମନ୍ଦିର ମହନ୍ତ ଓ ଅର୍ଚକ ଗର୍ଭଗୃହ ବନ୍ଦ କରିଥିଲେ। ଭୋର ସମୟରେ ଅର୍ଚକ ଗର୍ଭଗୃହ ଖୋଲି ବାବାଙ୍କୁ ଦେଖି ଆଚମ୍ବିତ ହୋଇଗଲେ। ସେ ଦେଖିଲେ ବାବା କଳେବର ଛାଡି ବାଲ୍ୟ ରୂପରେ ନଜର ଆସିଛନ୍ତି। ଏହା ଦେଖି ସମସ୍ତ ମହନ୍ତ ଓ ଅର୍ଚକଙ୍କୁ ମନ୍ଦିରକୁ ଡକାଯାଇଥିଲା ଓ ଘଟଣା ସମ୍ପର୍କରେ କୁହାଯାଇଥିଲା।


ଏହାପରେ ବୟସ୍କ ଅର୍ଚକଙ୍କ ପରିବାର ଲୋକେ ଏହାକୁ ଧାର୍ମିକ ବିଶ୍ୱାସ କହି ବିସର୍ଜନ କରିବାକୁ କହିଥିଲେ। ଏହାପରେ ଅର୍ଚକ ଏବଂ ମାହାଙ୍ଗା କଳେବରକୁ ନାଲି କପଡାରେ ବାନ୍ଧି ପଞ୍ଚଗଙ୍ଗା ଘାଟରେ ବିସର୍ଜନ କରିଥିଲେ। ଏହି ସମୟରେ କାଳଭୈରବ ଗଳିରୁ ଗଙ୍ଗା ଘାଟ ଯାଏଁ ଘଣ୍ଟ, କୀର୍ତ୍ତନ, ଡମରୁ, ଶଙ୍ଖନାଦ ଗୁଞ୍ଜରଣ ହୋଇଥିଲା। ସେତେବେଳେ ବାବାଙ୍କ ଦରବାର ବନ୍ଦ ରହିଥିଲା।

କଳେବର ଛାଡିବା ପରେ କାଳଭୈରବଙ୍କ ବାଲ୍ୟ ରୂପର ଶୃଙ୍ଗାର ଓ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ଖବର କାଶୀ ସାରା ବ୍ୟାପିବା ପରେ ଲୋକେ ମନ୍ଦିରରେ ପହଞ୍ଚିଥିଲେ। ଶୃଙ୍ଗାର ଓ ପୂଜା ପରେ କବାଟ ଖୋଲାଯାଇଥିଲା। ଏହାପରେ ବାବାଙ୍କୁ ସିନ୍ଦୁର ଓ ଗୁଆ ଘିଅରେ ଲେପନ କରି ବାଲ୍ୟ ସ୍ୱରୂପକୁ ପରମ୍ପରାଗତ ତରିକାରେ ରୁପା ମୁକୁଟ ଲଗାଇ ମହା ଆଳତୀ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ