ଖେଳ ଦେଶ ବିଦେଶ

ବାବର ଭାଙ୍ଗିପାରନ୍ତି ବିରାଟଙ୍କ ବିଶ୍ୱ ରେକର୍ଡ, ଆଉ ଦରକାର ମାତ୍ର ୯୮ ରନ୍‌

ମୁମ୍ବାଇ ୦୮।୦୬ : ଭାଙ୍ଗିପାରେ ରନ୍‌ ମେସିନ୍‌ଙ୍କ ରେକର୍ଡ । ପାକିସ୍ତାନର ଷ୍ଟାର୍‌ ବ୍ୟାଚସମ୍ୟାନ୍‌ ବାବର ଆଜମ୍‌ଙ୍କୁ ଆଉ ଦରକାର୍‌ ୯୮ ରନ୍‌ । ଯାହାଫଳରେ ସେ ଭାଙ୍ଗିପାରନ୍ତି ବିରାଟ କୋହଲିଙ୍କ ରେକର୍ଡ ।

ଜୁନ୍‌ ୮ ତାରିଖରୁ ଆରମ୍ଭ ହେବ ପାକିସ୍ତାନ ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ । ପାକିସ୍ତାନର କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ସିରିଜ୍‌ର ସମସ୍ତ ମ୍ୟାଚ୍‌ । ଇଣ୍ଡିଜ୍‌ ଟିମ୍‌ର ନୂତନ ଅଧିନାୟକ ଭାବେ ଦାୟିତ୍ୱ ନେଇଥିବା ନିକୋଲସ ପୁରନ୍‌ ସିରିଜ୍‌ ଜିତି ଇତିହାସ ରଚିବାକୁ ଟାର୍ଗେଟ ରଖିଥିବା ବେଳେ ପାକିସ୍ତାନର ଷ୍ଟାର୍‌ ବ୍ୟାଟସମ୍ୟାନ୍‌ ବାବର ଆଜମ୍‌ଙ୍କ ଟାର୍ଗେଟରେ ବିରାଟଙ୍କ ରେକର୍ଡ । ବାବର ଆଜମ୍‌ ଅଧିନାୟକ ହିସାବରେ ମାତ୍ର ୧୨ଟି ଦିନିକିଆ ମ୍ୟାଚ୍‌ ଖେଳି ୯୦୨ ରନ୍‌ ସଂଗ୍ରହ କରିଛନ୍ତି । ବାବର ଆଜମ୍‌ଙ୍କୁ ଆଉ ମାତ୍ର ୯୮ ରନ୍‌ର ଆବଶ୍ୟକ ରହିଛି ଭାଙ୍ଗିବାକୁ ବିରାଟଙ୍କ ରେକର୍ଡ ।

ଅଧିନାୟକ ହିସାବରେ ସବୁଠୁ ଦ୍ରୁତରେ ଏକ ହଜାର ରନ୍‌ କରିବାର ବିଶ୍ୱ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି । ବିରାଟ କୋହଲି ୧୭ଟି ଦିନିକିଆ ମ୍ୟାଚ୍‌ ଖେଳି ୧ ହଜାର ରନ୍‌ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ୧୮ ଦିନିକିଆ ଏକ ହଜାର ରନ୍‌ ୨ୟ ସ୍ଥାନ ହାସଲ କରିଛନ୍ତି ।

ସେହିପରି ୩ୟ ସ୍ଥାନରେ ନ୍ୟୁଜିଲାଣ୍ଡର କେନ୍‌ ଓ୍ୱିଲିମସନ୍‌ ୨୦ ଦିନିକିଆ ଖେଳି ଏକ ହଜାର ରନ୍‌ କରିଥିବା ବେଳେ ଇଂଲଣ୍ଡର ଏଲେଷ୍ଟର କୁକ୍‌ ୨୧ଟି ଦିନିକିଆ ମ୍ୟାଚ୍‌ ଖେଳି ୪ର୍ଥ ସ୍ଥାନରେ ରହିଛନ୍ତି । ଆଉ ପଞ୍ଚମ ସ୍ଥାନରେ ସୌରଭ ଗାଙ୍ଗୁଲି ରହିଛନ୍ତି , ସେ ୨୨ ଦିନିକିଆ ଖେଳି ଏକ ହଜାର ପୂରଣ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ