ଖେଳ ଦେଶ ବିଦେଶ

‘ବାବରଙ୍କୁ ବିରାଟଙ୍କ ସହ ତୁଳନା କରିବା ଠିକ୍ ନୁହେଁ’- ମହମ୍ମଦ ଶାମି

ନୂଆଦିଲ୍ଲୀ ୦୧/୦୨: ପାକିସ୍ତାନର ଅଧିନାୟକ ବାବର ଆଜାମଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ । କିଛି ପ୍ରଶଂସକ ବାବରଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରୁଛନ୍ତି । ଏପରିକି କିଛି ବାବର ବିରାଟଙ୍କଠୁ ଅଧିକ ଭଲ କ୍ରିକେଟର ବୋଲି କହୁଛନ୍ତି । କିନ୍ତୁ ଏସବୁ ଠିକ୍ ନୁହେଁ ବୋଲି କହିଛନ୍ତି ଭାରତୀୟ ବୋଲର ମହମ୍ମଦ ଶାମି ।

ବାବର ଆଜମ ଏବେକାର ଶ୍ରେଷ୍ଠ ଟି୨୦ ଓ ଦିନିକିଆ ବ୍ୟାଟସମ୍ୟାନ୍ । ତେବେ ଶାମି କହିଛନ୍ତି ଯେ, ବାବରଙ୍କୁ ବିରାଟଙ୍କ ସହ ତୁଳନା କରିବା ଠିକ୍ ନୁହେଁ । ବାବରଙ୍କ ପାଖରେ ଅନୁଭବ କମ ଅଛି । ବିରାଟ କୋହଲି, ଷ୍ଟିଭ୍ ସ୍ମିଥ ଓ ଜୋ ରୁଟ୍ ଅଧିକ ସକ୍ଷମ । ସେମାନେ ଦୀର୍ଘ ଦିନ ଧରି କ୍ରିକେଟ୍ ଖେଳୁଛନ୍ତି । କିନ୍ତୁ ଭବିଷ୍ୟତରେ ବାବରଙ୍କ ପାଖରେ ପାକିସ୍ତାନର ମହାନ ବ୍ୟାଟସମ୍ୟାନ୍ ହେବାର କ୍ଷମତା ରହିଛି ।

୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ବାବର ଆଜମ । ସେ ଲଗାତର ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଏହାକୁ ନେଇ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ବାବରଙ୍କୁ ବିରାଟଙ୍କ ସହ ତୁଳନା କରନ୍ତି । ବାବର ପାକିସ୍ତାନ ପାଇଁ ୬ ବର୍ଷରେ ୩୭ ଟେଷ୍ଟ୍, ୮୩ ଦିନିକିଆ ଓ ୭୩ ଟି୨୦ ଖେଳିଛନ୍ତି । ବାବରଙ୍କ ଆଭରେଜକୁ ନେଇ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବେ ଗଣନା କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ