ଖେଳ ଦେଶ ବିଦେଶ

ବାପାଙ୍କ ଭୁଲ ପାଇଁ କ୍ଷମା ମାଗିଲେ ଯୁବରାଜ ସିଂ, କହିଲେ- ‘ଆମ ଦୁଇଜଣଙ୍କ ଭାବନା ସମାନ ନୁହେଁ’

ନୂଆଦିଲ୍ଲୀ, ୧୨|୧୨: ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପିତା ଯୋଗରାଜ ସିଂଙ୍କ ବିବାଦୀତ ବୟାନ ପାଇଁ କ୍ଷମା ମାଗିଛନ୍ତି । ଯୋଗରାଜ କୃଷକ ଆନ୍ଦୋଳନ ସମର୍ଥନରେ ହିନ୍ଦୁଙ୍କ ବିରୋଧରେ ଅପମାନଜନକ ପ୍ରତିକ୍ରିୟା ଦେଇଥିଲେ । ଯାହାକୁ ନେଇ ବିବାଦ ଘନେଇଥିଲା । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଗିରଫଦାରୀ ପାଇଁ ଦାବି ହୋଇଥିଲା । ଏହି ପ୍ରସଙ୍ଗରେ ଯୁବରାଜ ସିଂ ନିଜ ପିତାଙ୍କ ଭାବନା ତାଙ୍କ ସହ ସମାନ ନୁହେଁ ବୋଲି କହିଛନ୍ତି ।

ଯୁବରାଜ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ସେ ଏହି ଦେଶର ମହାନ ପୁଅ । ତାଙ୍କର ଓ ପିତାଙ୍କର ବିଚାରଦାରା ସମ୍ପୂର୍ଣ୍ଣ ଭିନ୍ନ । ସେ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବା ବଦଳରେ ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ସଫଳ ହେଉ ବୋଲି ପ୍ରାର୍ଥନା କରିବେ । ଏପରିକି ସବୁ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଆଲୋଚନାରେ ସମାଦାନ କରିହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଯୋଗରାଜ କୃଷକଙ୍କ ଆନ୍ଦୋଳନର ସମର୍ଥନ କରିବାକୁ ଦିଲ୍ଲୀରେ ପହଁଚିଥିଲେ । ଏହି ସମୟରେ ସେ ଭାଷଣ ମଧ୍ୟ ଦେଇଥିଲେ । ଏହି ଭାଷଣରେ ସେ ଶବ୍ଦର ମର୍ଯ୍ୟାଦା ଭୁଲି ଯାଇଥିଲେ । ଏପରିକି ସେ ହିନ୍ଦୁଙ୍କୁ ଧୋକାବାଜ ବୋଲି କହିଥିଲେ । ମହିଳାଙ୍କୁ ନେଇ ମଧ୍ୟ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ ଯୋଗରାଜ । ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ଗିରଫ ପାଇଁ ଦାବି ଜୋର୍ ଧରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ