ଦେଶ ବିଦେଶ ମନୋରଞ୍ଜନ

ବାପାଙ୍କ ଅନ୍ତିମ ସଂସ୍କାର କଲେ ରବିନା ଟଣ୍ଡନ୍‌, ଶେଷ ମୁହୂର୍ତ୍ତରେ ଭାବପ୍ରବଣ ହେଲେ ଅଭିନେତ୍ରୀ

ମୁମ୍ବାଇ ୧୨।୦୨: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପିତା ରବି ଟଣ୍ଡନଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଶୁକ୍ରବାର ଅର୍ଥାତ୍‌ ଗତକାଲି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ରବି ଟଣ୍ଡନଙ୍କ ମୃତ୍ୟୁରେ ପୁରା ପରିବାରରେ ଶୋକର ଛାୟାର ଖେଳିଯାଇଛି । ଅନେକ ସେଲିବ୍ରିଟି ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିବାର ନଜର ଆସିଥିଲେ । ବାପାଙ୍କ ମୃତ୍ୟୁକୁ ନେଇ ଭାବପ୍ରବଣ ହୋଇପଡ଼ିଛନ୍ତି ଝିଅ ରବୀନା । ସୋସିଆଲ ମିଡିଆରେ ନିଜ ବାପାଙ୍କ ସହ ବିତାଇଥିବା ମୁହୂର୍ତ୍ତର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ତେବେ ରବୀନା ନିୟମଙ୍କୁ ଭାଙ୍ଗିବା ସହ ନିଜ ବାପାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ସେ ଝିଅ ହୋଇ ଏକ ପୁଅର କର୍ତ୍ତବ୍ୟ କରିଛନ୍ତି । ଯାହାକୁ ଦେଖି ସୋସିଆଲ ମିଡିଆରେ ଏହାକୁ ବେଶ୍ ପ୍ରଶଂସା କରାଯାଉଛି । ତାଙ୍କ ସହ ତାଙ୍କ ସ୍ୱାମୀ ଅନିଲ ଥଡାନୀ ଏବଂ ଭାଇ ରାଜୀବ ଟଣ୍ଡନ ମଧ୍ୟ ଉପସ୍ଥିତ ଥିଲେ । ବାପାଙ୍କ ନିଧନରେ ରବୀନା ଭାବପ୍ରବଣ ହୋଇ ପଡ଼ିଛନ୍ତି ଏବଂ ପୋଷ୍ଟ ସେୟାର କରି କହିଛନ୍ତି- ଯେ’ ଆପଣ ସୁବବେଳେ ମୋ ସାଙ୍ଗରେ ରହିବେ, ମୁଁ ସବୁବେଳେ ଆପଣଙ୍କ ଭଳି ରହିବି । କେବେବି ଆପଣଙ୍କ ହାତ ଛାଡ଼ିବି ନାହିଁ, ଳଭ୍ ୟୁ ପାପା ।’

ସୂଚନା ଅନୁଯାୟୀ, ରବି ଟଣ୍ଡନ ନିଜ କ୍ୟାରିୟରେ ଅନେକ ବଡ଼ ବଡ ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଯେଉଁଥିରେ ‘ଖେଲ ଖେଲ ମେ’, ‘ଅନହୋନୀ’, ‘ନଜରାନା’, ‘ମଜବୁର’, ‘ଖୁଦ୍ଦାର’ ଏବଂ ‘ଜିନ୍ଦଗୀ’ ଭଳି ଫିଲ୍ମ ସାମିଲ୍‌ ଅଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ