ଦେଶ ବିଦେଶ ମନୋରଞ୍ଜନ

ବାଦ ପଡ଼ିଲା ଆଲିଆ ଓ ଶାନ୍ତନୁଙ୍କ ଅନ୍ତରଙ୍ଗ ଦୃଶ୍ୟ

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀଙ୍କ ନିର୍ଦ୍ଦେଶିତ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ରେ ନାୟକ ଓ ନାୟିକାଙ୍କ ମଧ୍ୟରେ କିଛି ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଥାନ୍ତା। ଚଳଚ୍ଚିତ୍ରର ଚିତ୍ରନାଟ୍ୟରେ କାହାଣୀର ମୁଖ୍ୟଚରିତ୍ର ତଥା ନାୟିକା ଗଙ୍ଗା ହାର୍‌ଜିବନ୍ଦାସଙ୍କ ସହ ତାଙ୍କର ପ୍ରେମିକ ରାମଣିକ୍‌ ଲାଲ୍‌ଙ୍କର ଅନ୍ତରଙ୍ଗ ଦୃଶ୍ୟ ରଖାଯାଇଥିଲା। ସୂଚନା ଅନୁସାରେ, ମହିଳା ଗ୍ୟାଙ୍ଗ୍‌ଷ୍ଟର୍ ଗଙ୍ଗୁବାଈ କାଠିଆୱାଡ଼ି ଓରଫ୍ ଗଙ୍ଗା ଜଣେ ସୁନ୍ଦରୀ ଯୁବତୀ ଥିଲା। ଗଙ୍ଗା ସହ ରାମଣିକଙ୍କର ସଚ୍ଚା ପ୍ରେମ ସମ୍ପର୍କ ଥିଲା। ଗଙ୍ଗା ଓ ରାମଣିକ୍‌ଙ୍କ ପ୍ରେମକୁ ଆଉ ଟିକେ ସତେଜ କରିବାକୁ ଯାଇ ନିର୍ଦ୍ଦେଶକ ଭଁସାଲୀ ଉଭୟଙ୍କ ପ୍ରେମପ୍ରଣୟର ଦୃଶ୍ୟକୁ ଅଧିକ ଅନ୍ତରଙ୍ଗ କରିବାକୁ ଚାହୁଥିଲେ। ଏହି ଦୁଇ ଚରିତ୍ରରେ ଆଲିଆ ଭଟ୍ଟ ଓ ଶାନ୍ତନୁ ମାହେଶ୍ବରୀ ଅଭିନୟ କରୁଛନ୍ତି। ହେଲେ କୋଭିଡ୍ -୧୯ର ସଂକ୍ରମଣ ଏବଂ ଏଥିପାଇଁ ଲାଗୁ ‌ହୋଇଥିବା କଟକଣାକୁ ଆଖି ଆଗରେ ରଖି ଭଁସାଲୀ ଏଇ ଅନ୍ତରଙ୍ଗ ଦୃଶ୍ୟକୁ ଏଥିରୁ ବାଦ କରିଛନ୍ତି।

ସଞ୍ଜୟ କହିଛନ୍ତି, ମହାମାରୀ ପରିସ୍ଥିତିରେ ଏଭଳି ଦୃଶ୍ୟର ସୁଟିଂ କରିବା ଏବଂ ଦର୍ଶକଙ୍କୁ ଦେଖାଇବା ସମୀଚିନ ହେବ ବୋଲି ଆମେ ଭାବୁ ନାହୁଁ। ସାରା ଦେଶରେ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଇଥିବା ବେଳେ ସିନେମାରେ ଏଭଳି ଶାରିରୀକ ଅନ୍ତରଙ୍ଗତା ଦର୍ଶକାଦୃତ ହେବନାହିଁ ବୋଲି ଆମେ ସନ୍ଦେହ କରୁଛୁ। ବରଂ ସେଇ ଅନ୍ତରଙ୍ଗ ଦୃଶ୍ୟ ଜାଗାରେ ଆମେ କିଛି ଭାବପ୍ରବଣତା ଭରା ଦୃଶ୍ୟର ଅବତାରଣା କଲେ ତାହା ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ସଞ୍ଜୟ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ