ଦେଶ ବିଦେଶ ମନୋରଞ୍ଜନ

ବାଦ୍‌ଶାହା ରିଲିଜ୍‌ ପାଇଁ ୭ ବର୍ଷ ଲାଗିଥିଲା

ଅଭିନେତା ଶାହରୁଖ ଖାନ୍‌ଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ବାଦଶାହା ରିଲିଜ୍ ହେବାକୁ ୭ବର୍ଷ ଲାଗିଥିଲା। ନବେ ଦଶକରେ ଶାହାରୁଖଙ୍କ ଅଭିନୀତ ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରେ ବାଜିଗର, ଦିଲ୍ ତୋ ପାଗଲ୍ ହେ, ଦିଲଵାଲେ ଦୁଲହନିଆ ଲେ ଜାଏଗେଁ, କୁଛ୍ କୁଛ୍ ହୋତା ହେ ଭଳି ଫିଲ୍ମ ସହିତ ଏହି ଫିଲ୍ମ ପ୍ରୋଜେକ୍ଟ ହୋଇଥିଲା। ଏପରିକି ବାଜିଗର୍ ଓ ବାଦଶାହାର ଟାଇଟଲ୍ ମଧ୍ୟ ସମାନ ଦିନ ଚୟନ ହୋଇଥିଲା। ମାତ୍ର ଚଳଚ୍ଚିତ୍ରର ସଂଳାପକୁ ନେଇ ଶାହାରୁଖ ଆପତ୍ତି କରିବାରୁ କାହାଣୀ ପୁଣିଥରେ ବଦଳିଥିଲା। ତେବେ ପରେ ତାରିଖ ଘୋଷଣାକୁ ନେଇ ଅନେକବାର ଦ୍ବନ୍ଦ୍ବ ଉଠିଥିଲା। ଯେଉଁଥିପାଇଁ ବାଦଶାହା ୧୯୯୯ରେ ରିଲିଜ୍ ହୋଇଥିଲା। ଆବାସ୍ ମସ୍ତାନଙ୍କ ପ୍ରଯୋଜିତ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ୍ ହେବା ପରେ ବିପୁଳ ଲୋକପ୍ରିୟତା ହାସଲ କରିଥିଲା। ଏହା ପରେ ଆବାସ ମଧ୍ୟ ଫିଲ୍ମ ଦୁନିଆରେ ଢେର୍ ସଫଳତା ପାଇଥିଲେ। ଶାହରୁଖ ବର୍ତ୍ତମାନ ସିଦ୍ଧାର୍ଥ ଆନନ୍ଦଙ୍କ ଚଳଚ୍ଚିତ୍ର ‘ପଠାନ୍‌’ର ସୁଟିଂରେ ବ୍ୟସ୍ତ। ଏହି ଫିଲ୍ମ ୨୦୨୧‌‌ରେ ରିଲିଜ୍‌ ହେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ