ଅପରାଧ ଦେଶ ବିଦେଶ

ବାଣ ତିଆରି ବେଳେ ବିସ୍ଫୋରଣ : ୬ ମୃତ, ଉଡିଗଲା ଘର ଛାତ

ନୂଆଦିଲ୍ଲୀ ୨୫/୦୭: ବିହାରର ସାରଣ ଜିଲ୍ଲା ଅନ୍ତର୍ଗତ ଛାପ୍ରାସ୍ଥିତ ଖୋଦାଇବାଗ ଅଞ୍ଚଳରେ ଏକ ଘରେ ରବିବାର ଜୋରଦାର ବିସ୍ଫୋରଣ ହୋଇଛି । ଫଳରେ ଘରର ଛାତ ଉଡ଼ିଯାଇଛି । ୬ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ପ୍ରାୟ ୮ ଲୋକ ଆହତ ହୋଇଛନ୍ତି ।

ବିସ୍ଫୋରଣରେ ଉକ୍ତ ୩ ମହଲାବିଶିଷ୍ଟ ଘର ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅନେକ ଲୋକ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ପହଞ୍ଚିଥିଲା । କୁହାଯାଉଛି ଯେ ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଏହା ଯୋଗୁ ୧୦ରୁ ଅଧିକ ଲୋକ ପ୍ରାଣ ହରାଇ ଥାଇପାରନ୍ତି । ବିସ୍ଫୋରଣ ପାଖାପାଖି ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହୋଇଥିଲା । ୩ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା ।

ଉକ୍ତ ଘରେ ଏକ ବେଆଇନ ବାଣ କାରଖାନା ଚାଲୁଥିଲା । ବାଣ ତିଆରି ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଖୋଦାଇବାଗ ଅଞ୍ଚଳରେ ବେଆଇନ ଭାବେ ବାଣ କାରଖାନାମାନ ଚାଲୁରହିଛି । ଏହା ପୂର୍ବରୁ ଖୋଦାଇବାଗ ଅଞ୍ଚଳର ଓଲହନପୁରରେ ଦୁଇଥର ବାଣ ବିସ୍ଫୋରଣ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ