ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଣିଜ୍ୟିକ ଏଲ୍‌ପିଜି ଦାମ୍ ୭ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ତୈଳ କଂପାନିଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୭ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ ଦିଲ୍ଲୀରେ ୧୯ ଜେକିଆ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ ୧୭୭୩ ଟଙ୍କାରୁ ୧୭୮୦ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୭୩୩.୫୦ ଟଙ୍କାରୁ ୧,୭୪୦.୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଚେନ୍ନାଇରେ ତାହା ୧,୯୪୫ ଟଙ୍କାରୁ ୧,୯୫୨ ଟଙ୍କାକୁ ଏବଂ କୋଲକାତାରେ ୧,୮୯୫ ଟଙ୍କାରୁ ୧,୯୦୨ ଟଙ୍କାକୁ ବୃଦ୍ଧି ପାଇଛି।

ତେବେ ରୋଷେଇ ପାଇଁ ବ୍ୟବହାର ହେଉଥିବା ୧୪.୨ କେଜିଆ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ କରାଯାଇନାହିଁ। ତାହାର ମୂଲ୍ୟ ପ୍ରାୟ ୧୧୨୯ ଟଙ୍କା ରହିଛି। ଚଳିତ ବର୍ଷ ମେ ଓ ଜୁନ୍ ମାସରେ ହୋଇଥିବା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର କ୍ରମାଗତ ଦୁଇ ମାସର ମୂଲ୍ୟ ହ୍ରାସ ପରେ ଏହି ଦର ବୃଦ୍ଧି କରାଯାଇଛି। ଗତ ମେ’ ମାସରେ କଂପାନିଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୨ ଟଙ୍କା ହ୍ରାସ କରିଥିବା ବେଳେ ଜୁନ୍‌ରେ ତାହା ୮୩ ଟଙ୍କା ହ୍ରାସ ପାଇଥିଲା। ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶିଳ୍ପ ଏବଂ ବାଣିଜ୍ୟିକ ଆବଶ୍ୟକତା ପାଇଁ ବ୍ୟବହୃତ ହୁଏ। ତୈଳ ବିପଣନ କମ୍ପାନୀଗୁଡିକ ସାଧାରଣତଃ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ମୂଲ୍ୟ ସଂଶୋଧନ କରନ୍ତି । ଘରୋଇ ରନ୍ଧନ ଗ୍ୟାସ ଦର ସ୍ଥାନୀୟ ଟିକସ ଉପରେ ନିର୍ଭର କରି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ