ରାଜ୍ୟ

ବାଟ ହୁଡ଼ିଲାଣି ଭିକାରିମୁକ୍ତ ଅଭିଯାନ: ଭିକାରିମୁକ୍ତ ହୋଇଥିବା ପୁରୀ ସହରରେ ଏବେ ପୁଣି ଭିକାରିଙ୍କ ଭିଡ଼

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଶ୍ରୀ‌କ୍ଷେତ୍ରକୁ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ସହରକୁ ନୂଆ ରୂପରେଖ ଦିଆଯାଉଛି। ଅବଢ଼ାରୁ ନେଇ ହୃଦୟ ଭଳି ଯୋଜନାରେ ଶହଶହ କୋଟି ଟଙ୍କା ବ୍ୟୟ ହେଉଛି। ଅଥଚ ଦିନେ ଭିକାରିମୁକ୍ତ ହୋଇଥିବା ସହରରେ ଏବେ ପୁଣି ଭିକାରିଙ୍କ ଭିଡ଼ ଦେଖିବାକୁ ମିଳିଲାଣି। ପର୍ଯ୍ୟଟକମାନେ ମଧୁର ଅନୁଭବ ନେଇ ଫେରିବା ଲକ୍ଷ୍ୟରେ ଗତ ଦୁଇବର୍ଷ ତଳେ ଭିକାରିମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ପୁନର୍ବାର ଭିକ୍ଷାବୃତ୍ତି ପାଇଁ ରାସ୍ତାକୁ ଓହ୍ଲାଇ ଆସିଲେଣି। ପର୍ଯ୍ୟଟକଙ୍କ ଦୃଷ୍ଟିରୁ ସେମାନକୁ ଦୂରେଇ ରଖାଯିବା ପାଇଁ ପରିକଳ୍ପନା ହୋଇଥିଲେ ହେଁ ସଂପ୍ରତି ସେମାନେ ସେଇ ପର୍ଯ୍ୟଟକମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି।

୨୦୨୦ ମସିହାରୁ ବିଶ୍ବସ୍ତରୀୟ ଐତିହ୍ୟ ସହରର ପରିକଳ୍ପନା କରାଯାଇଥିଲା। ଟାର୍ଗେଟ୍‌ ଥିଲା, ନୋ ପାର୍କିଂ ଜୋନ ଓ ନୋ ଭେଣ୍ଡିଂ ଜୋନ୍‌ ସହ ପୁରୀକୁ ଭିକାରିମୁକ୍ତ କରିବା। ଏନେଇ ସେହି ବର୍ଷ ପ୍ରାରମ୍ଭରେ ପ୍ରଥମେ ଶ୍ରୀମନ୍ଦିର ନିକଟରେ ବସୁଥିବା ଭିକାରିମାନଙ୍କୁ ହଟାଯାଇଥିଲା। ଏଥିପାଇଁ ବହୁ ସାଧନ ଖର୍ଚ୍ଚ କରିବାକୁ ପଡ଼ିଥିଲା। ପୁରୀରେ ସେମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟ ନେଇ ସହର ମଧ୍ୟରେ ଦୁଇଟି ଓ ସମଗ୍ର ଜିଲ୍ଲାକୁ ମିଶାଇ ୭ଟି ନୀଳାଦ୍ରି ନିଳୟ କରାଯାଇଛି। ଏଠାରେ ଭିକାରିମାନଙ୍କୁ ଖାଦ୍ୟପେୟ ସହ ରହିବାକୁ ନିରାଶ୍ରିତ ଆଶ୍ରୟସ୍ଥଳୀ, ଔଷଧ ବ୍ୟବସ୍ଥା କରାଯାଇଛି। ୭ଟି ଭିକାରି ପୁନର୍ବାସ ଗୃହରେ ୫୦ ଜଣ ଲେଖାଏଁ ରହିବାର ବ‌ନ୍ଦୋବସ୍ତ ରହିଛି। ମାତ୍ର ଏବେ ବି ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ବହୁ ବ୍ୟକ୍ତି ଭିକ୍ଷାବୃତ୍ତି କରୁଛନ୍ତି। ଭିକ୍ଷାବୃତ୍ତିରୁ ଟଙ୍କା ରୋଜଗାରର ନିଶା ଏମିତି ଘାରିଛି ଯେ ସେମାନଙ୍କୁ ପୁନର୍ବାସ ଗୃହକୁ ନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇଲେ ବି ସେମାନେ ବେଶିଦିନ ରହୁନାହାନ୍ତି।

ଅଢ଼େଇ ବର୍ଷ ତଳେ ହୋଇଥିବା ଏହି ମହତ୍ତ୍ବାକାଂକ୍ଷୀ ପରିକଳ୍ପନା ସହ ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ଭିକାରିଙ୍କୁ ବଡ଼ଦାଣ୍ଡରୁ ଦୂରେଇ ରଖାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ୫ଶହ ଭିକାରିଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫୦ରୁ ଊର୍ଦ୍ଧ୍ବ ଭିକାରିଙ୍କୁ କାଉନ୍‌ସେଲିଂ କରି ‌ସେମାନଙ୍କ ପରିବାର ବର୍ଗଙ୍କ ନିକଟକୁ ଫେରିଯିବା ପାଇଁ ମାର୍ଗ ପ୍ରସ୍ତୁତ କରାଯାଇଥିଲା। ସେବେଠାରୁ ବଡ଼ଦାଣ୍ଡରେ ସିଂହଦ୍ବାର ସମ୍ମୁଖ ଭିକାରିମୁକ୍ତ ରହିଛି। କିନ୍ତୁ ଏହାର ପ୍ରଭାବରେ ଭିକାରିମାନେ ଶ୍ରୀଲୋକନାଥ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀମନ୍ଦିରକୁ ଆସୁଥିବା ବହୁ ଭକ୍ତ ଶ୍ରୀଲୋକନାଥଙ୍କ ପୀଠକୁ ଦର୍ଶନ ପାଇଁ ଯାଉଥିବା ବେଳେ ସେଠାରେ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଅନେକ ଭିକ୍ଷାବୃତ୍ତି କରୁଛନ୍ତି। ଅଥଚ ସିଂହଦ୍ବାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଯେପରି କଟକଣା କଡ଼ାକଡ଼ି କରାଯାଇଛି ତାହା ଶ୍ରୀଲୋକନାଥ ପୀଠରେ କାର୍ଯ୍ୟକାରୀ ହୋଇନାହିଁ।

ଏନେଇ ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ତଥା ନୀଳାଦ୍ରି ନିଳୟ ପରିଚାଳନା କରୁଥିବା ଆଭାରାଣୀ ଚୌଧୁରୀ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଯେବେ ଏହି ପରିକଳ୍ପନା କରାଗଲା ‌ତାହା ଆମ ପାଇଁ ଆହ୍ବାନ ପାଲଟିଥିଲା। ଭିକ୍ଷାବୃତ୍ତିରେ ସାମିଲ ଥିବା ବହୁ ବ୍ୟକ୍ତି ବୃତ୍ତି ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ସେମାନଙ୍କୁ ନୀଳାଦ୍ରି ନିଳୟରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସତ୍ତ୍ବେ ଟଙ୍କା ରୋଜଗାରର ସୁବିଧା ବାଟ ତାଙ୍କୁ ରାସ୍ତା ଉପରକୁ ଥାଳ ଧରି ଟାଣି ଆଣୁଥିଲା। ଭିକାରିମାନଙ୍କୁ ପୁନରୁଦ୍ଧାର ବେଳେ ବହୁ ସ୍ବେଚ୍ଛାସେବୀଙ୍କୁ ସେମାନଙ୍କ ମାଡ଼ ସହିବାକୁ ପଡ଼ିଛି। ଆମେ ଯାଇଥିବା ଗାଡ଼ି ଭାଙ୍ଗି ଦେଇଛନ୍ତି। ଏହାସତ୍ତ୍ବେ ଆମେ ସଫଳ ହୋଇଥିଲୁ। କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏ ବୃତ୍ତିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଏଥିପାଇଁ ଦୁଇଟି ବାଟ ରହିଛି। ପ୍ରଥମତଃ ଯଦି ଲୋକେ ସଚେତନ ହେବେ ଏଓ ଭାବପ୍ରବଣ ହୋଇ ସେମାନଙ୍କ ଥାଳରେ ଟଙ୍କା ନଦେବେ ତେବେ ଭିକ୍ଷାବୃତ୍ତିରୁ ସେମାନେ ମୁହଁ ଫେରାଇବା ଆରମ୍ଭ କରିବେ। ଅନ୍ୟପକ୍ଷରେ ଯଦି ପ୍ରଶାସନ ଏଦିଗରେ କଟକଣାକୁ କଡ଼ାକଡ଼ି କରିବା ସହ ଶ୍ରୀମନ୍ଦିର ସିଂହଦ୍ବାର ଭଳି ଅନ୍ୟତ୍ର ସେଭଳି କଟକଣା ଲଗାଇବେ ତେବେ ଏଥିରେ ରୋକ୍‌ ଲାଗିପାରିବ ବୋଲି ସେ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେମାନଙ୍କୁ କେବଳ ମୁଣ୍ଡ ଗୁଞ୍ଜିବାକୁ ଘର, ଖାଦ୍ୟପେୟ ଓ ଔଷଧ ବ୍ୟବସ୍ଥା ମିଳୁନାହିଁ ବରଂ ସରକାରୀ ଭତ୍ତା ସହ ସେମାନେ ଚାଉଳ ମଧ୍ୟ ପାଉଛନ୍ତି। ତଥାପି ଭିକ୍ଷାବୃତ୍ତି ଛାଡ଼ିପାରୁନାହାନ୍ତି। ତେଣୁ ପୁରୀକୁ ଭିକାରିମୁକ୍ତ କରିବା ପାଇଁ ହେଲେ ପ୍ରଶାସନିକ କଟକଣା ଓ ଲୋକଙ୍କ ମଧ୍ୟରେ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହନ ନଦେବାର ମାନସିକତା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।