ଅପରାଧ ରାଜ୍ୟ

ବାଞ୍ଜିପଦରରେ ଅନର କିଲିଂ: ପ୍ରେମିକାର ବାପା, କାକା ଓ ଭିଣୋଇ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁରେ ପ୍ରେମୀଯୁଗଳଙ୍କୁ ହତ୍ୟା ଘଟଣାରେ ଆଜି ପୁଲିସ୍‌ ପ୍ରେମିକାର ବାପା, କାକା ଓ ଭିଣୋଇଙ୍କୁ ଗିରଫ କରିଥିବା ଏସ୍‌ପି ଅଭିଳାଷ ଜି. ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଧର୍ମଗଡ଼ ଥାନା ଡୁମେରଗୁଡ଼ା ପଞ୍ଚାୟତ ବାଞ୍ଜିପଦର ଗ୍ରାମର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ସମ୍ପର୍କରେ କକା ଓ ଝିଆରୀ ହୋଇଥିବାରୁ ଝିଅ ଘର ପକ୍ଷରୁ ବିରୋଧ କରାଯାଇଥିଲା। ପରେ ଗତ ଜୁନ ୩୦ ତାରିଖ ଉଭୟ ଘରୁ ଫେରାର ହୋଇ ଗତାଗୁଡ଼ାର ଏକ ଆଖୁ କିଆରିରେ ଲୁଚିଥିଲେ। ନାବାଳିକା ଜେମାମଣିଙ୍କ ବାପା କନେଶ୍ୱର ପଟେଲ କୌଣସି ସୂତ୍ରରୁ ଖବରପାଇ ସେଠାକୁ ଯାଇଥିଲେ।

ପରେ ନାବାଳିକାର କକା ଦେବାନନ୍ଦ ପଟେଲ ଓ ଭିଣୋଇ ଠଣ ସୁନ୍ଦର ନାଏକ ସେଠାକୁ ଯାଇ ପ୍ରେମୀଯୁଗଳଙ୍କୁ ଠାବ କରି ତଣ୍ଟି ଚିପି ହତ୍ୟା କରିଥିଲେ। ଏଥିସହ ଶ୍ମଶାନରେ କପଡ଼ାରେ ଏକ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ। ପରେ ପରିବାର ପକ୍ଷରୁ ପ୍ରେମିକାର ବାପା ଥାନାରେ ଗତ ଜୁଲାଇ ୨ ତାରିଖ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ଧର୍ମଗଡ଼ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପରେ ଗତ ୯ ତାରିଖ ପ୍ରେମୀଯୁଗଳଙ୍କ ଗଳିତ ଶବ ପୁଲିସ୍‌ ଉଦ୍ଧାର କରିଥିଲା। ପ୍ରେମିକର ବାପା ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୁଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲା। ଘଟଣା ବିଷୟରେ ପୁଲିସ୍ ଜାଣିବା ପରେ ବୁଧବାର ଝିଅର ବାପା, କାକା ଓ  ଭିଣୋଇକୁ ଗିରଫ କରି କୋର୍ଟଚାଲାଣ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।