ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାଜି ଲାଗିଛି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

କଟକ: କୋଭିଡ୍ ମହାମାରୀ ପରିସ୍ଥିତିରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ନମ୍ବରକୁ ନେଇ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବାଜି ଲାଗି ଯାଇଛି। ଅନେକ ଛାତ୍ରଛାତ୍ରୀ ମିଳିଥିବା ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିଲେ ବି ବିଭିନ୍ନ କାରଣରୁ ପରୀକ୍ଷା ଦେଇ ପାରି ନଥିଲେ। କିନ୍ତୁ ଯେଉଁ ଛାତ୍ରଛାତ୍ରୀ ସାହସ ଜୁଟାଇ ଅଫଲାଇନ୍ ପରୀକ୍ଷାରେ ବସି ଥିଲେ, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ମାର୍କ ବଢିବା ଘଟଣା ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପାଇଁ ଏକପ୍ରକାର ଅଶ୍ବସ୍ତିର କାରଣ ହୋଇଛି। ସେମାନେ ଅଧିକ ନମ୍ବର ପାଇଥିଲେ ବି ନିଜ ପସନ୍ଦର କଲେଜ ଅଥବା ନିଜ ପସନ୍ଦର ଅନର୍ସ ବିଷୟ ରଖିବାରେ ବଂଚିତ ହେବାକୁ ଯାଉଛନ୍ତି। ସେମାନଙ୍କ ଠାରୁ କମ୍ ନମ୍ବର ପାଇଥିବା ଛାତ୍ରଛାତ୍ରୀ ଯେଉଁ ସୁଯୋଗ ପାଇଛନ୍ତି, ସେମାନେ ଏବେ ଅଧିକ ନମ୍ବର ପାଇ ବି ସେ ସୁଯୋଗ ପାଇବେ ନାହିଁ। ଏହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ କଟକର ଖ୍ରୀଷ୍ଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢୁଥିବା ଜଣେ ଛାତ୍ରଙ୍କ ନମ୍ବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶିବାନନ୍ଦ ପାଣିଗ୍ରାହୀ ନାମକ ଏହି ଛାତ୍ରଙ୍କୁ ଯୁକ୍ତ ଦୁଇ କଳାରେ ବିନା ପରୀକ୍ଷାରେ ମିଳିଥିଲା ୬୮.୫ ପ୍ରତିଶତ ନମ୍ବର। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ନ ହୋଇ ସରକାରଙ୍କ ବ୍ୟବସ୍ଥା ଅନୁସାରେ ଅଫଲାଇନ୍ ପରୀକ୍ଷା ଦେଇଥିଲେ। ଏବଂ ଆଜି ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ସେ ରଖିଛନ୍ତି ୮୯.୩ ପ୍ରତିଶତ ନମ୍ବର। ଅର୍ଥାତ ସେ ଏବେ ରାଜ୍ୟର ଅନ୍ୟତମ ଟପର୍ ଭାବେ ପରିଗଣିତ ହୋଇଛନ୍ତି। ବିନା ପରୀକ୍ଷାରେ ଶିବାନନ୍ଦଙ୍କୁ ସିଏଚଏସ୍‌ଇ କର୍ତ୍ତୃପକ୍ଷ ଓଡ଼ିଆରେ ୯୮, ଇଂରାଜୀରେ ୬୦, ଇତିହାସରେ ୪୮, ରାଜନୀତି ବିଜ୍ଞାନରେ ୪୮, ମନସ୍ତତ୍ତ୍ବରେ ୩୨ (ପ୍ରାକ୍ଟିକାଲରେ ୨୭) ଓ ଇଚ୍ଛାଧୀନ ହିନ୍ଦୀରେ ୯୮ ନମ୍ବର, ଏହିଭଳି ମୋଟ ୪୧୧ ନମ୍ବର ଦେଇଥିଲେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି