ଖେଳ ଦେଶ ବିଦେଶ

ବାଙ୍ଗାଲୋର୍‌ର ପ୍ରଥମ ବିଜୟ: ଅଳ୍ପ ରନ୍‌, ଅଧିକ ରୋମାଞ୍ଚ

ମୁମ୍ବାଇ: ଆଇପିଏଲ୍‌ର ବୁଧବାର ମ୍ୟାଚ୍‌ରେ ଅଳ୍ପ ରନ୍‌ ଓ ଅଧିକ ରୋମାଞ୍ଚ ଦେଖିବାକୁ ମିଳିଛି। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଗତବର୍ଷର ଉପବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ୱିକେଟ୍‌ରେ ପରାସ୍ତ କରି ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଥିବା କେକେଆର୍‌ ଦ୍ବିତୀୟ ମୁକାବିଲାରେ ହାରିଯାଇଛି।

ଡିୱାଇ ପାଟିଲର କଷ୍ଟକର ପିଚ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଲୋ ସ୍କୋରିଂ ଥିଲେ ମଧ୍ୟ ଅଧିକ ରୋମାଞ୍ଚକର ଥିଲା। ଶ୍ରେୟସ ଆୟରଙ୍କ ଦଳ ଏଥରର ପ୍ରଥମ ଦଳ ଭାବେ ଅଲ୍ ଆଉଟ୍ ହୋଇ କରିଥିଲା ମାତ୍ର ୧୨୮ ରନ୍। ଏହି ପାଳିରେ ସର୍ବାଧିକ ୨୫ ରନ୍‌ କରିଥିଲେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡ୍‌ର ଆନ୍ଦ୍ରେ ରସେଲ। ୧୦ ନମ୍ବର ବ୍ୟାଟର୍‌ ଉମେଶ ଯାଦବ ଦ୍ବିତୀୟ ସର୍ବାଧିକ ୧୮ ରନ୍‌ କରିଥିଲେ। କେକେଆର୍‌ ୧୮.୫ ଓଭରରେ ହିଁ ସମସ୍ତ ୱିକେଟ୍ ହରାଇଥିଲା। ସିଂହଳୀ ତାରକା ୱାନିନ୍ଦୁ ହସରଙ୍ଗା (୪-୦-୨୦-୪) ଏବଂ ବିହାରୀ ନବାଗତ ଆକାଶ ଦୀପ (୩.୫-୦-୪୫-୩) ସଫଳ ‌ହୋଇ ରନ୍‌ ବ୍ୟୟରେ ପାଲଟା ଭାଗ୍ୟ ପାଇଥିଲେ। ହର୍ଷଲ୍ ପଟେଲ୍ (୪-୨-୧୧-୨) ସବୁଠୁ ମିତ୍ତବ୍ୟୟୀ ବୋଲର ଥିଲେ। ଜବାବରେ ଫାପ ଡୁ ପ୍ଳେସିସ୍‌, ବିରାଟ କୋହଲିଙ୍କ ବିଫଳତା ଆର୍‌ସିବି (୧୭/୩)କୁ ଚାପରେ ପକାଇଥିଲା। ସେର୍ଫାନ୍ ରଦରଫୋର୍ଡ, ସାହାବାଜ ଅହମ୍ମଦ ଲଢ଼ିବା ପରେ ଦୀନେଶ କାର୍ତିକ ଏବଂ ହର୍ଷଲ୍ ପଟେଲ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ଦଳକୁ ୪ ବଲ୍‌ ପୂର୍ବରୁ ବିଜୟୀ କରିଥିଲା। ଶେଷ ଓଭର ବୋଲିଂ କରିଥିବା ରସେଲଙ୍କ ପ୍ରଥମ ଦୁଇ ବଲ୍‌କୁ ବାଉଣ୍ଡରି (୬, ୪) ବାହାରକୁ ପଠାଇ କାର୍ତ୍ତିକ ମ୍ୟାଚ୍‌ ଶେଷ କରିଥିଲେ। ୱାନିନ୍ଦୁ ହସରଙ୍ଗା (୪-୦-୨୦-୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ