ଖେଳ

ବାଙ୍ଗାଲୋର୍‌କୁ ରୋକିଲେ ବ୍ରାର୍‌

ଅହମଦାବାଦ: କ୍ରିସ୍‌ ଗେଲ, କେଏଲ୍ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ପରେ ହରପ୍ରୀତ୍‌ ବ୍ରାରଙ୍କ ସ୍ପିନ୍‌ ଯାଦୁ ବଳରେ ପଞ୍ଜାବ କିଙ୍ଗ୍ସ ଶୁକ୍ରବାର ଫର୍ମରେ ଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ୩୪ ରନ୍‌ରେ ହରାଇ ଦେଇଛି। ଆଦୌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଲିନଥିବା ପଚିଶ ବର୍ଷୀୟ ପଞ୍ଜାବୀ ବାମହାତୀ ସ୍ପିନର୍‌ ହରପ୍ରୀତ୍ ବ୍ରାର ନିଜ ପ୍ରଥମ ଓଭରରେ ୧୦ ରନ୍‌ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ଓଭରରେ ୯ ରନ୍‌ ଦେଇ ଆର୍‌ସିବିର ୩ ବଡ଼ ୱିକେଟ୍‌ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ୍‌ ଏବଂ ଏବି ଡି’ଭିଲିୟର୍ସଙ୍କୁ ଆଇଟ୍ କରି ରାତାରାତି ହିରୋ ପାଲଟିଥିଲେ।

କୋହଲି ଏବଂ ମ୍ୟାକ୍ସୱେଲଙ୍କୁ ସେ ଲଗାତାର ବଲରେ କ୍ଲିନ୍ ବୋଲ୍ଡ ମଧ୍ୟ କରିଦେଇଥିଲେ। ୪-୦-୧୯-୩ ବୋଲିଂ ଚିତ୍ର ପୂର୍ବରୁ ବ୍ରାର୍‌ ମଧ୍ୟ ୧୭ ବଲରୁ ୨୫* ରନ୍‌ କରିଥିଲେ। ସାହାବାଜ ଅହମ୍ମଦଙ୍କ କ୍ୟାଚ୍‌ ମଧ୍ୟ ନେଇ ଶୁକ୍ରବାରକୁ ନିଜ ସ୍ମରଣୀୟ ଦିବସ କରିଦେଇଥିଲେ ବ୍ରାର୍‌। ହରପ୍ରୀତ୍‌ଙ୍କୁ ଯୁବ ସ୍ପିନର୍‌ ରବି ବିଷ୍ଣୋଇ (୪-୦-୧୭-୨) ମଧ୍ୟ ବଢ଼ିଆ ସହାୟତା କରିଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସର ୧୭୯ ରନ ଜବାବରେ ଆର୍‌ସିବି ୧୪୫ ରନ୍‌ରେ ଅଟକି ଯାଇଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ହରପ୍ରୀତ୍‌ ବ୍ରାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସପ୍ତମ ମ୍ୟାଚ୍‌ରୁ ପଞ୍ଜାବ ତୃତୀୟ ବିଜୟ ସହ ସ୍ଥିତି ସୁଧାରିଥିବା ବେଳେ କୋହଲିଙ୍କ ଦଳ କ୍ରମାଗତ ୪ ବିଜୟ ପରେ ପରବର୍ତୀ ୩ଟିରୁ ଦୁଇଟି ହାରିଯାଇଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ