ରାଜ୍ୟ

ବାଘ ଆକ୍ରମଣ​​ରେ ୨ ଗୁରୁତର

ବଡ଼କେରା : ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ କଲରାପତିଆ ବାଘ ଆକ୍ରମଣରେ ଜଣେ ଲୋକ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ମାଣିକଯୋଡ଼ି ପଞ୍ଚାୟତ କୃଷ୍ଣଚକ୍ରଗଡ଼ ଗାଁର ଜନକ ବେହେରା ଓ ନେଙ୍କୁରୀ ବେହେରା ଗୁରୁବାର ଦିନ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଜଙ୍ଗଲରୁ ଏକ କଲରାପତରିଆ ବାଘ ବାହାରି ଜନକ ବେ​ହେରା(୪୦)ଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ନିକଟରେ ଥିବା ନେ​ଙ୍କୁରୀ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପଡ଼ିଯିବାରୁ ଗୋଡ଼ରେ ବାଉଁଶ କଣ୍ଟା ଗଳିଯିବାରୁ ସେ ଆହତ ହୋଇଥିଲେ। ଅପରପକ୍ଷରେ ବାଘ ରାମ୍ପୁଡ଼ି ଦେଇଥିବାରୁ ଜନକଙ୍କୁ ଗୁରୁତର ଆଘାତ ଲାଗିଛି। ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ ବନବିଭାଗକୁ ଖବର ଦେଇଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଘ ଆକ୍ରମଣ କଥା ପ୍ରଚାରିତ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।