ଆନନ୍ଦପୁର ୩୧।୦୫ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁର ଥାନା ତରିମୂଳ ଗାଁରେ ଅଭାବନୀୟ ଘଟଣା । ବାକିରେ ଗୁଟ୍ଖା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଶଳା-ଭିଣୋଇଙ୍କ ଠେଙ୍ଗାମାଡ଼ରେ ଦୋକାନୀ ଗୁରୁତର ହୋଇଛନ୍ତି।
ଖବର ଅନୁଯାୟୀ, ଘଷିପୁରା ଥାନା ତରିମୂଳ ଗାଁର ବିଦ୍ୟାଧର ସେଠୀଙ୍କ ଦୋକାନକୁ ଶଳା ଭିଣୋଇ ଚନ୍ଦ୍ରଶେଖର ବଳ ଓ ଡିସ୍କୋ ଗୁଟ୍ଖା ଖାଇବାକୁ ଆସିଥିଲେ। ସେମାନେ ବିଦ୍ୟାଧରଙ୍କୁ ବାକିରେ ଗୁଟ୍ଖା ମାଗିଥିଲେ। କିନ୍ତୁ ବିଦ୍ୟାଧର ବାକିରେ ଦେବାକୁ ମନାକରିବାରୁ, ଦୁହେଁ ଶଳା-ଭିଣୋଇ ମିଶି ମାଡ଼ ମାରିଥିଲେ । ଶଳା-ଭିଣୋଇଙ୍କ ଠେଙ୍ଗାମାଡ଼ରେ ବିଦ୍ୟାଧର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୋକାନୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।