ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଉଳି ହେଉଛନ୍ତି ସରକାରୀ ଅଧିକାରୀ: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ କେବେ ହେଲା ବିଶ୍ବବିଦ୍ୟାଳୟ?

ଭୁବନେଶ୍ବର : ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଉ। ଉଚ୍ଚଶିକ୍ଷା ବିଭାଗକୁ ବାଲେଶ୍ବର ଜିଲ୍ଲାପାଳଙ୍କ ଏଭଳି ପ୍ରସ୍ତାବ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଗୋଟିଏ ଅନୁବନ୍ଧିତ ବିଶ୍ବବିଦ୍ୟାଳୟକୁ ହଠାତ୍‌ କ’ଣ ପାଇଁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ତା’ଠାରୁ ଅଧିକ ଚିନ୍ତାର କାରଣ ହେଉଛି ଯେ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ଉତ୍ତର। ଆଗ ପଛ ଯାଞ୍ଚ ନ କରି ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କୁ ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇ ସାରିଛି। ତେଣୁ ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବାର କୌଣସି ଆବଶ୍ୟକତା ନାହିଁ।

ଉଭୟ ସରକାରୀ ଅଧିକାରୀଙ୍କ ପ୍ରସ୍ତାବ ଓ ଉତ୍ତର ମଧ୍ୟରେ କାହା ସହ କାହାର ମେଳ ଖାଉନାହିଁ। ତୃଣମୂଳ ସ୍ତରରେ ସରକାରୀ ଅଧିକାରୀମାନେ ଉଚ୍ଚଶିକ୍ଷା ବ୍ୟବସ୍ଥା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ନ ଥିବାରୁ ବିଶ୍ବବିଦ୍ୟାଳୟଗୁଡ଼ିକ ହରଡ଼ଘଣାରେ ପଡ଼ୁଥିବା ନେଇ ଅଭିଯୋଗ ଉଠିଲାଣି। କାରଣ ୧୯୯୯ରେ ଫକୀର ମୋହନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହା ସହ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର କୌଣସି ସମ୍ପର୍କ ନାହିଁ। ପୂର୍ବରୁ ସ୍ବୟଂଶାସିତ ମହାବିଦ୍ୟାଳୟ ଯେଉଁଠି ଥିଲା ସେଠାରେ ହିଁ ରହିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ ପ୍ରଥମେ ବାଲେଶ୍ବରର ଜାନୁଗଞ୍ଜଠାରେ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ନୂଆପାଢ଼ୀଠାରେ ସମ୍ପ୍ରସାରିତ କ୍ୟାମ୍ପସରେ କାର୍ଯ୍ୟ କରୁଛି। ଏହି ବିଶ୍ବବିଦ୍ୟାଳୟ ଅଧୀନରେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୯୮ଟି ଅନୁବନ୍ଧିତ କଲେଜ ରହିଛନ୍ତି। ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଦୁଇଟି ସ୍ବତନ୍ତ୍ର ଅନୁଷ୍ଠାନ ଭାବେ ଏବେ କାର୍ଯ୍ୟ କରୁଛନ୍ତି।

fmuniversity.nic.in

ଜିଲ୍ଲାପାଳଙ୍କ ଏଭଳି ଅଦ୍ଭୁତ ପ୍ରସ୍ତାବକୁ ନେଇ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଜିଲ୍ଲାପାଳଙ୍କ ପ୍ରଦତ୍ତ ଚିଠିରେ ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଯେତିକି ଯଥାର୍ଥ ନୁହେଁ, ଉଚ୍ଚଶିକ୍ଷା ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ ଉତ୍ତର ତା’ଠାରୁ ଅଧିକ ଚିନ୍ତା ବଢ଼ାଉଛି। କାରଣ ଫକୀର ମୋହନ ମହାବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇ ନାହିଁ। ବରଂ ଫକୀର ମୋହନ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠା ହୋଇଛି। ଏଠାରେ ସ୍ନାତକୋତ୍ତର ଓ ପିଏଚ୍‌ଡି ପା‌ଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ସହ ଗବେଷଣାଧର୍ମୀ କାର୍ଯ୍ୟକଳାପ ଜାରି ରହିଛି। ଉତ୍ତର ଓଡ଼ିଶାର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟ ଧୀରେ ଧୀରେ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଜିଲ୍ଲାପାଳଙ୍କ ପ୍ରସ୍ତାବ କାହାର ସ୍ବାର୍ଥସାଧନ କରୁଛି? ବୋଧେ ଉଭୟ ଅଧିକାରୀଙ୍କ ଶିକ୍ଷା ବ୍ୟବସ୍ଥାକୁ ଠିକ୍‌ ଭାବେ ବୁଝିବାରେ ଅସୁବିଧା ହେଉଛି। ଯେଉଁଥିପାଇଁ ଏଭଳି ସମସ୍ୟା ଉପୁଜିଥିବା ମତପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ତିନି ଦିନ ପୂର୍ବେ ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକକୁ ଡକାଯାଇ ନ ଥିବା ନେଇ ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଅଭିଯୋଗ କରିଥିଲେ। ଯେତେବେଳେ କି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜୁନ୍‌ ୨୬ ଓ ଜୁଲାଇ ୪ରେ ଉଚ୍ଚଶିକ୍ଷା ସଚିବଙ୍କୁ ମେଲ୍‌ ଯୋଗେ ଅବଗତ କରାଇଥିଲେ। ବିଭାଗୀୟ ଅଧିକାରୀଙ୍କ ଗୋଟିଏ ପରେ ଗୋଟିଏ ତ୍ରୁଟି ଏବେ ରାଜ୍ୟ ସରକାରଙ୍କୁ ବଦନାମ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।