ଧର୍ମ

ବାଉଁଶ ଜଳାଯାଏନି, ଜାଣନ୍ତୁ ଏହା ପଛରେ ଥିବା ଧାର୍ମିକ ଓ ବୈଜ୍ଞାନିକ କାରଣ


କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ବାଉଁଶ କେଉଁଠାରେ ବି ଜଳାଇବା କାର୍ଯ୍ୟରେ ଆସେନି। ଯଦିଓ ମଣିଷର ମୃତ୍ୟୁରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଛି ହେଲେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ। ହଜାର ହଜାର ବର୍ଷର ଭାରତୀୟ ଧାର୍ମିକ ସଂସ୍କୃତିରେ ଥିବା ବିଧିବିଧାନରେ ବାଉଁଶକୁ ବର୍ଜିତ ରଖା ଯାଇଛି। ତେବେ କେବଳ ଧାର୍ମିକ କାର୍ଯ୍ୟ ଲାଗି ନା ଏହା ପଛରେ ଅନ୍ୟ ବୈଜ୍ଞାନିକ କାରଣ ରହିଛି ସେ ସମ୍ପର୍କରେ ଆସନ୍ତୁ ଜାଣିବା।

ବାଉଁଶକୁ ଭାରତୀୟ ଧର୍ମ ଶାସ୍ତ୍ରରେ ଜଳେଇବା ନିଷିଧ। ହୋମ ହେଉ କି ଯଜ୍ଞ ଏଥିରେ ବିଭିନ୍ନ କାଠର ଉପଯୋଗ ହୁଏ ହେଲେ ସୁଖିଲା ଥିଲେ ବି ବାଉଁଶକୁ ଏ ସବୁ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏନି। ସେହିପରି ମଣିଷର ମୃତ୍ୟୁରେ ବାଉଁଶକୁ କୋକେଇ କରି ବୋହିନେବାର ବିଧି ରହିଛି। କିନ୍ତୁ ଶ୍ମଶାନରେ କାଠ ବ୍ୟତୀତ ଶବ ପୋଡିବାରେ ବାଉଁଶକୁ କେବେବି ବ୍ୟବହାର କରନ୍ତିନି। ହିନ୍ଦୁ ଧାର୍ମିକ ନିୟମରେ ବାଉଁଶ ଜଳାଇଲେ ଲୋକଙ୍କୁ ପିତୃ ଦୋଷ ଲାଗିଥାଏ ବୋଲି ମାନ୍ୟତା ରହିଛି। ଏଣୁ ଲୋକେ ଦୋଷ ଲାଗିବା ଭୟରେ ବାଉଁଶ ଜଳାନ୍ତିନି। ତେବେ ଏହାର ବୈଜ୍ଞାନିକ କାରଣ ବି ରହିଛି। ତାହା ହେଉଛି ବାଉଁଶରେ ଉପସ୍ଥିତ ଥିବା ଲିଡ। ବାଉଁଶ ଜଳିଲେ ସେଥିରୁ ଲିଡ ଅକ୍ସାଇଡ ନିର୍ଗତ ହୁଏ। ଯାହା ନ୍ୟୁରୋଟିକ୍ସିକ ବୋଲି ବିଜ୍ଞାନ କୁହେ।

ତେବେ ଧୂପ କାଠିରେ ବାଉଁଶ ବ୍ୟବହାର ହେଉଛି। ଏଣୁ ଭାରତୀୟ ଧାର୍ମିକ ବିଧିରେ କେଉଁଠାରେ ହେଲେ ପୂଜାରେ ଅଗରବତୀ ଉପଯୋଗର ନିୟମ ନାହିଁ। ଅଗରବତୀ ଜଳିଲେ ଏଥିରୁ ସୁଗନ୍ଧ ବିଚ୍ଛୁରିତ ହୁଏ। ହେଲେ ଏହା ସହ ଜଳୁଥିବା ବାଉଁଶ କାଠି ଶାରୀରିକ ସମସ୍ୟାର କାରଣ ପାଲଟିଥାଏ। ବାଉଁଶ ପୋଡା ବାସ୍ନା ନିଶ୍ୱାସରେ ଶରୀରକୁ ପହଞ୍ଚିଯାଏ। ଶରୀରରେ ଏହାର ସାମାନ୍ୟତମ ଉପସ୍ଥିତି କ୍ୟାନସର ଅଥବା ମସ୍ତିସ୍କାଘାତର କାରଣ ହୋଇପାରେ। ଭାରି ଧାତୁ ପୋଡିଲେ ଲିଡ୍ ଅକ୍ସାଇଡ ନିର୍ଗତ ହୁଏ । ତେବେ ବାଉଁଶରୁ ମଧ୍ୟ ସେତିକି ପରିମାଣରେ ଏହି ବିଷାକ୍ତ ବାସ୍ପ ନିର୍ଗତ ହେଉଥିବାରୁ ଜାଳିବା ଲାଗି ବାଉଁଶ ବର୍ଜିତ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ