ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ୱାସିଂଟନ: ଶନିବାର ଡେଲାୱାର-ସ୍ଥିତ ବାସଭବନରୁ ୫ଟି ବର୍ଗୀକୃତ ଗୋପନୀୟ ଫାଇଲ ମିଳିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡ଼ୁଆ ବଢ଼ିଛି। ବାଇଡେନଙ୍କ ପରାମର୍ଶଦାତା ରିଚାର୍ଡ ସୌବର କହିଛନ୍ତି ଯେ ଫାଇଲଗୁଡ଼ିକ ସଙ୍ଗେ ସଙ୍ଗେ ନ୍ୟାୟ ବିଭାଗ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ବର୍ଗୀକୃତ ଦଲିଲଗୁଡ଼ିକୁ ନେଇ ରାଷ୍ଟ୍ରପତି ପଦ ଗଲା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କିପରି ତଦନ୍ତ କରାଯାଇଥିଲା ଏବଂ ଏବେ ସମାନ ଦୋଷ ପାଇଁ ରାଷ୍ଟ୍ରପତି ପଦରେ ଥିବା ବାଇଡେନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ତାହାର ତୁଳନା କରିବାକୁ ରିପବ୍ଲିକାନମାନେ କହିଛନ୍ତି। ଟ୍ରମ୍ପଙ୍କ ଫ୍ଲୋରିଡ଼ା-ସ୍ଥିତ ବାସଭବନ ଉପରେ ଏଫ୍ବିଆଇ ଚଢ଼ଉ କରିଥିଲା ଏବଂ ବାଇଡେନଙ୍କ ଘର ଉପରେ ଏପର୍ଯ୍ୟନ୍ତ ଏଫ୍ବିଆଇ ଚଢ଼ଉ କରିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ହ୍ବାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଉଭୟ ଘଟଣା ଭିନ୍ନ। ବାଇଡେନ ତଦନ୍ତରେ ସହଯୋଗ କରୁଛନ୍ତି ଏବଂ ଫାଇଲଗୁଡ଼ିକ ଆଣି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରୁଛନ୍ତି କିନ୍ତୁ ଟ୍ରମ୍ପ ସହଯୋଗ କରୁ ନ ଥିଲେ। ସେଥିପାଇଁ ଏଫ୍ବିଆଇକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଲା। ସୂଚନାଯୋଗ୍ୟ ବାଇଡେନଙ୍କ ଘରୁ ଏବେ ଯେଉଁ ଗୁରୁତ୍ବପୂର୍ଣ୍ଣ ସରକାରୀ ଦଲିଲ ଉଦ୍ଧାର କରାଯାଇଛି, ସେଗୁଡ଼ିକ ସେ ଉପରାଷ୍ଟ୍ରପତି ଥିବା ଅମଳର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l