ଅପରାଧ ରାଜ୍ୟ

ବାଇକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ରାଜକନିକା: ଗତକାଲି ରାତି ୧୧ ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶିହପଡ଼ା ରାସ୍ତାରେ ତିନିଜଣ ଯୁବକ ନିଜ ନିଜ ଘରକୁ ଏକ ବାଇକରେ ଫେରୁଥିବା ସମୟରେ ଅଘଟଣ ଘଟିଲା। ପେଗରପଡ଼ା ପୋଲ ନିକଟରେ ଉକ୍ତ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ପଡ଼ିଯାଇଥିଲା।

ସ୍ଥାନୀୟ ଲୋକେ ଏହା ଦେଖି ତିନିଜଣଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ପେଗରପଡ଼ା ଗାଁର କିଶୋର ପଣ୍ଡାଙ୍କ ଏକମାତ୍ର ପୁଅ କୌଶିକ ପଣ୍ଡା (୨୨ )ଙ୍କୁ ମୃତ ଘୋଷଣା କରିଥିଲେ।

ସେହି ଗାଁର ଅନ୍ୟ ଦୁଇଜଣ ଯୁବକ ଦୋଳଗୋବିନ୍ଦ ସାହୁ(୨୭ ) ଓ ସୌଭାଗ୍ୟ ସାହୁ (୨୭ )ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ଦାମ ସାହୁଙ୍କର ଏକମାତ୍ର ପୁଅ ଦୋଳଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇଯାଇଥିଲା। ଦୋଳଗୋବିନ୍ଦ ଚାରିମାସ ତଳେ ବିବାହ କରିଥିଲେ। ଏବେ ସୌଭାଗ୍ୟ ସଂକଟାପନ୍ନ ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି। ଏବେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।