ଅପରାଧ ରାଜ୍ୟ

ବାଇକ ଓ ଟ୍ରକ୍ ଦୁର୍ଘଟଣା : ବାଇକ୍‌ ଆରୋହୀ ମୃତ, ଜଣେ ଗୁରୁତର

ସମ୍ବଲପୁର ୧୪।୦୯: ସମ୍ବଲପୁର ଧମା ଥାନା ଛଛାନପାଲି ନିକଟରେ ବାଇକ ଓ ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଲକ୍ଷ୍ମୀ ନାରାୟଣ ପଧାନ ଓ ଆହତ ଜଣକ ହେଲେ ଅକ୍ଷୟ ବରାଳ । ଦୁର୍ଘଟଣା ପରେ ଟ୍ରକ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଦୁଇ ଜଣ ବାଇକ ଆରୋହୀ ଛଛାନପାଲି ଗାଁରୁ ସାହାସପୁର ପଟକୁ ଆସୁଥିବାବେଳେ ଗୋଟିଏ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ପରେ ଉତ୍ୟକ୍ତ ଲୋକେ ଟ୍ରକ ଜାଳି ଦେବା ସହ ମୃତଦେହ ରଖି ରାସ୍ତା ରୋକ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।