ସାନଖେମୁଣ୍ଡି ୧୯।୦୫ : ବାଇକକୁ ପିଟିଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟ ମୃଗ ବିହାର ସମ୍ମୁଖରେ ଘଟିଛି ଦୁର୍ଘଟଣା।
ଖବର ଅନୁଯାୟୀ, ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଯାଉଥିଲା । ଗଞ୍ଜାମ ଜିଲ୍ଲା ତପ୍ତପାଣି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଗଜପତି ଜିଲ୍ଲା ମୋହନା ଥାନା ଆଲ୍ଲାକୁମ୍ପାର ଡି.ଦିବାକର ରଇତ (୩୩) ହୋଇଥିବା ବେଳେ ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ସାନଖେମୁଣ୍ଡି ପାଟପୁର ଥାନା କାଳିବରେଇ ଗାଁର ସଂଜୀବ ଶବର (୨୬) ବୋଲି ଜଣାପଡିଛି ।
ସେପଟେ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।