ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜଗତସିଂହପୁର: ୪ଦିନ ହେଲା ପତ୍ତା ମିଳୁନଥିବା ୧୩ଜଣ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ସୀମା ନିକଟରୁ ଉଦ୍ଧାର କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ବିମାନ ସାହାଯ୍ୟରେ ଗଭୀର ସମୁଦ୍ରରେ ଖୋଜାଖୋଜି କରିବା ପରେ ସେମାନଙ୍କୁ ଠାବ କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ମତ୍ସ୍ୟଜୀବୀ ଏବେ ସୁସ୍ଥ ଥିବାବେଳେ ସାମୁଦ୍ରିକ ଥାନା ପୁଲିସ ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ଜଣାପଡ଼ିଛି।
ଏହି ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ନୁହେଁ, ବରଂ ଦୁଇଟି ଟ୍ରଲିରେ ଓଏନ୍ଜିସି ପକ୍ଷରୁ ସର୍ଭେ କାର୍ଯ୍ୟ କରୁଥିବା ଏକ ଜାହାଜକୁ ସହଯୋଗ କରିବା ପାଇଁ ଯାଇଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଜଣେ ମତ୍ସ୍ୟଜୀବୀ ମାୟାଧର ପାତ୍ରଙ୍କ ସୂଚନା ମୁତାବକ, ସମୁଦ୍ରରେ ଏକ ଜାହାଜ ସର୍ଭେ କାର୍ଯ୍ୟ ଚାଲୁ ରଖିଛି। ସେଥିପାଇଁ ଏହାର ପାଖାପାଖି ଯେପରି ମାଛ ଧରିବା ପାଇଁ କେହି ଯିବା ଆସିବା ନ କରନ୍ତି, ଏହାର ତଦାରଖ କରିବାକୁ ଦୁଇଟି ଟ୍ରଲର୍ର ଆବଶ୍ୟକତା ଥିଲା। ଏଣୁ ଦେବୀଲକ୍ଷ୍ମୀ ଓ କିନ୍ନାରା ଟ୍ରଲର୍ ଏହି ଜାହାଜକୁ ସହଯୋଗ କରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଏ ନେଇ ଦୁଇ ଟ୍ରଲର ମାଲିକମାନଙ୍କ ସହ ଉକ୍ତ ସର୍ଭେ କମ୍ପାନି ଚୁକ୍ତି କରିଥିଲା। ଚାରିଦିନ ହେଲା ଦୁଇଟି ଜାହାଜ ଗଭୀର ସମୁଦ୍ର ମଧ୍ୟକୁ ଯାଇ ଉକ୍ତ ସର୍ଭେ କମ୍ପାନି ପାଇଁ କାର୍ଯ୍ୟ କରୁଥିଲେ। ମାତ୍ର, ହଠାତ୍ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ସେମାନେ ୱାରଲେସ୍ ଦ୍ବାରା ଯେତେ ବାର୍ତ୍ତା ପଠାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏପରିକି ସେମାନେ ଭାସି ଭାସି ପାରାଦୀପରୁ ୧୪୫ ନଟିକାଲ ମାଇଲ ଦୂର ବାଂଲାଦେଶ ସୀମାକୁ ପଳାଇଥିଲେ ବୋଲି ମାୟାଧର କହିଛନ୍ତି। ଗତକାଲି ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏ ନେଇ ଚିଠି ଲେଖିବା ପରେ ରାତିରୁ ତଟରକ୍ଷୀ ବାହିନୀ ବିମାନ ଦ୍ବାରା ଗଭୀର ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଥିଲା। ଆଜି ସକାଳୁ ବାଂଲାଦେଶ ସୀମା ନିକଟରୁ ଏହି ଦୁଇଟି ଟ୍ରଲର୍କୁ ଠାବ କରି ତଟରକ୍ଷୀ ବାହିନୀ ସେମାନଙ୍କ ସହ ଯୋଗାଯୋଗ କରିଥିଲେ। ଏହାସହ ପାରାଦୀପ ମାଛଧରା ବନ୍ଦରକୁ ଫେରିବା ପାଇଁ ସେମାନଙ୍କୁ ରାସ୍ତା ଦେଖାଇଥିଲେ। ଆଜି ମଧ୍ୟାହ୍ନରେ ଏହି ଟ୍ରଲର୍ ମାଛଧରା ବନ୍ଦରରେ ପହଞ୍ଚି ଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l