ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଂଲାଦେଶ କଣ୍ଟେନର ଡିପୋରେ ଭୟଙ୍କର ନିଆଁ : ୩୩ ମୃତ, ୪୫୦ ଆହତ

ନୂଆଦିଲ୍ଲୀ ୦୫/୦୬: ବାଂଲାଦେଶରେ ଶନିବାର ବିଳମ୍ବିତ ରାତ୍ରରେ ଏକ ବଡ ଅଘଟଣ ଘଟିଛି । ଏଠାକାର ସୀତାକୁଣ୍ଡା ଉପଜିଲ୍ଲାରେ ଥିବା ଏକ ଡିପୋରେ ନିଆଁ ଲାଗି ବିସ୍ଫୋରଣ ହୋଇଛି । ଯେଉଁଥିରେ ୩୩ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି ।

ଚିଟାଗଙ୍ଗ ମେଡିକାଲ କଲେଜ ଓ ହସ୍ପିଟାଲ ପୋଲିସ ଥାନା ଅଧିକାରୀ ଅଲାଉଦ୍ଦୀନ ତାଲୁକଦାର କହିଛନ୍ତି ଯେ, ସକାଳ ୧୦ଟା ୩୦ ସୁଦ୍ଧା ୩୩ ଜଣ ପ୍ରାଣ ହରାଇଛନ୍ତି । ସମସ୍ତ ମୃତଦେହକୁ ଶବାଗାରରେ ରଖାଯାଇଛି । ଏହାସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି ।

ସେହିପରି ଅନ୍ୟ ଜଣେ ପୋଲିସ ଅଧିକାରୀ ନୁରଲ ଆଲମ କହିଛନ୍ତି ଯେ, ରାତି ପ୍ରାୟ 9ଟାରେ କଣ୍ଟେନର ଡିପୋରେ ନିଆଁ ଲାଗିଯାଇଥିଲା । ଯେତେବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଉଥିଲା ସେତେବେଳେ ବିସ୍ଫୋରଣ ହୋଇଥିଲା । କେମିକାଲ କାରଣରୁ ନିଆଁ ଲାଗିଥିବା କୁହାଯାଉଛି ।

ଚିଟାଗଙ୍ଗ ଅଗ୍ନିଶମ ବାହିନୀର ନିର୍ଦ୍ଦେଶକ ମହମ୍ମଦ ଫାରୁକ କହିଛନ୍ତି ଯେ, ପ୍ରାୟ ୧୯ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । ୬ଟି ଆମ୍ବୁଲାନ୍ସରେ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ