ଅପରାଧ ରାଜ୍ୟ

ବସ୍ ପଛରେ ପିଟିହେଲା କାର୍, ୩ ଗୁରୁତର : କାର ଜବତ

ଚଣ୍ଡିଖୋଲ ୦୨/୦୬: ୧୬ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ ନିକଟରେ ସକାଳୁ ଘଟିଛି ସଡକ ଦୁର୍ଘଟଣା । କଲିକତାରୁ ପୁରୀ ଅଭିମୁଖେ ଆସୁଥିବା ଓ୍ୱାଗନର ଚଣ୍ଡୀଖୋଲ ଟ୍ରାଫିକ୍ ଠାରୁ ଦୂରରେ ଥିବା ହମ୍ସ ନିକଟରେ ବସ୍ ପଛରେ ପିଟିଥିଲା । ଫଳରେ କାରରେ ଯାଉଥିବା ଡୁମୁଡୁମା ଅଞ୍ଚଳର ଜୟନ୍ତ ବିଶ୍ୱାସ, ଅର୍ପିତ ବିଶ୍ୱାସ, ଜୋତିତା ବିଶ୍ୱାସ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରାଯଇଥିବାବେଳେ ଦୁର୍ଘଟଣା ଗ୍ରସ୍ତ ବସ୍ ଟି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।