ଅପରାଧ ରାଜ୍ୟ

ବସ୍ ଧକ୍କାରେ ବାପା, ମା ଓ ଝିଅ ମୃତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବଲାଙ୍ଗୀର/ଦେଓଗାଁ : ଜାତୀୟ ରାଜପଥ-୨୬ର ବଲାଙ୍ଗୀର-ଦେଓଗାଁ ମଝି ସିନଖମନ ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୂରା ଛାରଖାର ହୋଇଯାଇଛି। ଦୁର୍ଘଟଣାସ୍ଥଳରେ ସରୋଜ ପଶାୟତଙ୍କ ମୃତ୍ୟୁ ହୋଇଥିବା ବେଳେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ କରିସ୍ମା ଓ ତିନିବର୍ଷ ବୟସର ଝିଅ ରମ୍ୟା ଆଖିବୁଜିଛନ୍ତି। ଅନ୍ୟପଟେ ଏବେ ବି ବୁର୍ଲା ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ପୁଅ ରେୟାଂଶ।

ସୂଚନା ଅନୁସାରେ, ଗୁରୁବାର ଟିଟିଲାଗଡ଼ ବ୍ଲକ୍‌ ଉଡ଼ାର ଗାଁର ସରୋଜ ପଶାୟତ ତାଙ୍କ ପରିବାର ସହ ବାଇକ୍‌ ଯୋଗେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସକାଳୁ ବାହାରିଥିଲେ। ବଲାଙ୍ଗୀର ସଦର ଥାନା ଖୁଜେନପାଲି ଗାଁର ତାଙ୍କ ମାମୁଶ୍ୱଶୁରଙ୍କ ଝିଅ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ଭଉଣୀର ବାହାଘରରେ ଯୋଗଦେବାକୁ ଥିବାରୁ ବେଶ୍‌ ଖୁସିଥିଲେ କରିସ୍ମା। ହସଖୁସିରେ ପୂରା ପରିବାର ବାହାରିଥିଲେ। କିନ୍ତୁ ରାସ୍ତାରେ  ଛକି ବସିଥିଲା ମୃତ୍ୟୁ। ସିନଖମନ ଛକଠାରେ ବଲାଙ୍ଗୀରରୁ ଟିଟିଲାଗଡ଼ ପଟକୁ ଯାଉଥିବା ଗଣପତି ବସ୍‌ ସହିତ ପିଟି ହୋଇଥିଲା ବାଇକ୍‌। ଘଟଣା ସ୍ଥଳରେ ସରୋଜଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ତିନିଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ପଠାଯାଇଥିଲା। ଏବେ ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ସରୋଜଙ୍କ କୁଳନନ୍ଦନ ୧୫ ମାସର ପୁଅ ରେୟାଂଶ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।