ଅପରାଧ ରାଜ୍ୟ

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ: ପ୍ରତିବାଦରେ ରାସ୍ତାରୋକ, ବସ୍ ଜାଳିଦେଲେ ସ୍ଥାନୀୟ ଲୋକେ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ନିକଟରେ ଗତକାଲି ଏକ ଯାତ୍ରୀବାହୀ ବସ୍ ସହ ଏକ ବାଇକର ମୁହଁ।ମୁହିଁ ଧକ୍କା ହୋଇଥିଲା।ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଢେ଼ଙ୍କାନାଳ କାମାକ୍ଷାନଗର ରାସ୍ତାକୁ ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ସମ୍ପୂର୍ଣ୍ଣ ଭାବରେ ନିଆଁ ଲଗାଇ ଦେଇଥିଲେ।

ପ୍ରକାଶ ଯେ ଓଆର କେ୦୬-୦୫୪୦ ନମ୍ବର ଥିବା ଏକ ଯାତ୍ରୀବାହୀ ବସ ଢେ଼ଙ୍କାନାଳରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ ତୁମୁସିଙ୍ଗା ଥାନା ଶ୍ରୀମୁଳା ଗ୍ରାମର ମୁକୁନ୍ଦ ସାହୁ (୪୭ବର୍ଷ) ନିଜ ସଂପର୍କୀୟଙ୍କ ଘର ରେକୁଳା ଗାଁରୁ ନିଜ ଘରକୁ ଓଆରଜି-୯୫୧୬ ନମ୍ବର ଥିବା ଏକ ବାଇକ ଯୋଗେ ଫେରୁଥିବା ବେଳେ ମୁହଁ।ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଜାଳି ଦେଇଥିଲେ।

ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ସୁନୀଲ କୁମାର କର ଘଟଣା ସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିବାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, କାମାକ୍ଷାନଗର ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ବିକାଶ କୁମାର ମହାନ୍ତି, ରାଜସ୍ୱ ଅଧିକାରୀ ମଦନ ମୋହନ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସରୁ ସହାୟତା ଦେବାର ପ୍ରତିଶ୍ରୁତି ଦେଲାପରେ ରାସ୍ତା ଅବରୋଧ ହଟିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।