ଯାଜପୁର ୨୪।୦୭ : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁବକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ମାଡ଼ିଗଲା ବସ୍। ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଯାଜପୁର ମଙ୍ଗଳପୁର ଥାନା ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ (୫୫) ରବିବାର ସକାଳୁ ଦୋକାନକୁ ଯାଉଥିଲେ । ଠିକ୍ ଏହି ସମୟରେ ଦୁବକଣ ନିକଟରେ ଏକ ବସ୍ ତାଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଦୟାନିଧିଙ୍କ ମୃତ୍ୟୁ ଘଟିଛି । ତେବେ ବସ୍ଟି କୟାଁଗୋଲାରୁ କଟକ ଅଭିମୁଖେ ଯାଉଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।