ରାଜ୍ୟ ସ୍ପେଶାଲ ରିପୋର୍ଟ

ବସ୍ତି ବୁଲିଲେ ବିଲ୍ ଗେଟ୍‌ସ

ଭୁବନେଶ୍ବର: ଭୁବନେଶ୍ୱରରେ ବସ୍ତି ବୁଲିଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍‌ସ। ସକାଳୁ ସକାଳୁ ଚନ୍ଦ୍ରଶେଖରପୁରସ୍ଥିତ ଲୁମ୍ବିନୀ ବିହାର ମା’ ମଙ୍ଗଳା ବସ୍ତି ଗସ୍ତ କରିବା ସହ ସେଠାରେ ମୁକ୍ତା ଓ ଜାଗା ମିସନ ଯୋଜନାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ଜାଗା ମିସନରେ ଲୋକେ କିଭଳି ଜମି ଅଧିକାର ପାଇଛନ୍ତି ଏବଂ ମୁକ୍ତା ଯୋଜନାରେ କେଉଁ ସବୁ ସୁବିଧା‌ ପାଉଛନ୍ତି ସେନେଇ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ବସ୍ତିର ସ୍ବଚ୍ଛତା, ପ୍ରତି ପରିବାରକୁ ପାନୀୟ ଜଳ ଯୋଗାଣ ଆଦି ବିଷୟରେ ଲୋକଙ୍କୁ ପଚାରି ବୁଝିଛନ୍ତି। ଏଥିସହ ବସ୍ତିବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ରାଜ୍ୟ ସରକାର କିଭଳି ସୁନ୍ଦର ବ୍ୟବସ୍ଥା କରିଛନ୍ତି ତାହା ଅନୁଧ୍ୟାନ କରିଛନ୍ତି। ବସ୍ତିରେ ଥିବା ଅଙ୍ଗନୱାଡି କେନ୍ଦ୍ର ବୁଲିବା ସହ ପିଲାଙ୍କୁ ଭେଟିଛନ୍ତି। ଏହି ବ୍ୟବସ୍ଥା ଅନ୍ୟ ଦେଶରେ କିପରି ଲାଗୁ କରାଯିବ ସେନେଇ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ତାଙ୍କ ସହ ଏକ ପ୍ରତିନିଧି ଦଳ ମଧ୍ୟ ବସ୍ତି ବୁଲିଥିଲେ।

ବିଲ୍ ଗେଟ୍‌ସଙ୍କ ବସ୍ତି ଗସ୍ତରେ ସାମିଲ ହୋଇଥିବା ଉନ୍ନୟନ କମିସନର ଅନୁ ଗର୍ଗ କହିଛନ୍ତି ଯେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ମିଳିଛି କି ନାହିଁ? ପିଇବା ପାଣିର ସୁବିଧା ଅଛି କି? ଲୋକଙ୍କ ଜୀବନଶୈଳୀ କିଭଳି ରହିଛି ଆଦି ବିଷୟ ଉପରେ ସେ ସମୀକ୍ଷା କରିଛନ୍ତି। ମିସନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀ କିପରି ଚାଲିଛି ଏନେଇ ମହିଳାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ମହିଳାମାନେ ଯାହା କହିଲେ ତାହା ଶୁଣି ସେ ଖୁସି ହୋଇଥିବା ସେ କହଛନ୍ତି। ନଗର ଉନ୍ନୟନ ପ୍ରମୁଖ ସଚିବ ଜି ମାଥିଭାଥନନ କହିଛନ୍ତି ଯେ ବିଲ୍‌ ଗେଟ୍‌ସଙ୍କ ସହ ଏକ ଟିମ୍‌ ରହିଥିଲା। ବସ୍ତିବାସିନ୍ଦା‌ଙ୍କ ପାଇଁ ନିର୍ମାଣ ହୋଇଥିବା ବିଜୁ ଆଦର୍ଶ କଲୋନି, ମୁକ୍ତା ଯୋଜନା, ଜାଗା ମିସନ, ମିସନ ଶକ୍ତି ମହିଳାଙ୍କୁ ନେଇ କିଭଳି ବସ୍ତି ବିକାଶ ହେଉଛି ସେନେଇ ଆଲୋଚନା କରିଛନ୍ତି। ବିଲ୍ ଗେଟ୍‌ସକୁ ଭେଟି ବସ୍ତିର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ ଦୁନିଆର ସବୁଠାରୁ ଧନୀ ଲୋକଙ୍କ ସହ ବସିବାର ସୁଯୋଗ ମିଳିଲା। କିଭଳି ଆମର ବିକାଶ ହୋଇଛି ସେନେଇ ପଚାରି ବୁଝିଥିଲେ। ଏବେ ବସ୍ତିବାସିନ୍ଦାଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି। ମୁକ୍ତା ଯୋଜନା ଜରିଆରେ ବିକାଶ କରିବାକୁ ଚାହୁଁଛୁ। ଏବେ ମହିଳାମାନେ ରୋଜଗାର କ୍ଷମ ହେଉଛନ୍ତି। ଆଉ ଢ଼ି, ପାମ୍ପଡ଼, ଆଚାରରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସୀମିତ ନାହାନ୍ତି। ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ନେଇ ବସ୍ତିବାସିନ୍ଦାମାନେ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।