ମାର୍ଶାଘାଇ ୨୩।୦୬: ବସ୍ତିରେ ବିଭତ୍ସ ହତ୍ୟା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତକଙ୍କ ନାମ ପ୍ୟାରୁନ୍ ବିବି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କୁ ଅଟକ ରଖିଛି ।
ଖବର ଅନୁଯାୟୀ, ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁର ସୟଦ ମାନାନା ଅଲ୍ଲୀ ବୁଧବାର ବିଳମ୍ଵିତ ରାତିରେ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ପ୍ୟାରୁନ ବିବିଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ ଲୋକମାନେ ଏହା ଦେଖି ଅଭିଯୁକ୍ତ ସୟଦ ମାନାନାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଖଵର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ତେବେ ସୟଦ ଜଣେ ମାନସିକ ବିକୃତ ହୋଇଥିବା ଯୋଗୁଁ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି।