ରାଜ୍ୟ

ବସୁଧା ଯୋଜନା: ଦୀର୍ଘ ବର୍ଷ ହେଲା ବିଛାଯାଇଛି ପାଇପଲାଇନ, ଲୋକଙ୍କୁ ମିଳୁନାହିଁ ପାଣି

ଜି.ଉଦୟଗିରି: ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବହୁ ଗ୍ରାମାଞ୍ଚଳରେ ଆଜିବି ଲୋକ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ବଣ-ପାହାଡ଼-ପର୍ବତ ଘେରା ଦୁର୍ଗମ ଅଞ୍ଚଳ କଥା ଦୂରେ ଥାଉ। ରାସ୍ତାକଡ଼ରେ ଥିବା ଗାଁ ଓ ସାହିରେ ମଧ୍ୟ ଆଜି ପିଇବା ପାଣି ସପନ ପାଲଟିଛି। ଏହିଭଳି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୬ନଂ ୱାର୍ଡର କଳିଙ୍ଗା ପଞ୍ଚାୟତକୁ ଲାଗି ରହିଥିବା ଗ୍ରାମର ଦୃଶ୍ୟ ମାଦିସାହି, ରସେଡ଼ିସାହି ଏବଂ ଗେଟସାହିରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି।

ଦୀପତଳ ଅନ୍ଧାର ଭଳି ଏହି ୬ନଂ ୱାର୍ଡରେ ଦୀର୍ଘ ବର୍ଷ ହେବ ସରକାରଙ୍କ ତରଫରୁ ବସୁଧା ଯୋଜନାରେ ପାଇପଲାଇନ ବିଛା ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଟୋପାଏ ପାଣି ଗ୍ରାମବାସୀ ପାଇପାରୁନାହାନ୍ତି। ବର୍ତ୍ତମାନ ବିଛାଯାଇଥିବା ପାଇପ ଗୁଡ଼ିକରେ କଳଙ୍କି ଲାଗି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀ ଅନେକଥର କଳିଙ୍ଗା ସରପଞ୍ଚ ଏବଂ ପ୍ରସାସନଙ୍କୁ ବାରମ୍ବାର ଅବଗତି କରିବା ପରେ ମଧ୍ୟ କାହାରି ଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି। ତେଣୁ ଯଥାଶୀଘ୍ର ସେହି ଗ୍ରାମ ନିମନ୍ତେ ପାଇପ୍‌ଲାଇନ ପାଣି କିମ୍ବା  ସୋଲାର ପମ୍ପ ମାଧ୍ୟମରେ ପାଣିର ବ୍ୟବସ୍ଥା କରାଗଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ସାହି ବାସିନ୍ଦା କହିଛନ୍ତି।

ସେହି ଗ୍ରାମରେ ମାତ୍ର ୨ଟି ନଳକୂପ ଅଛି। ଦୁଇଟି ନଳକୂପକୁ ଶହେ ପରିବାର କିନ୍ତୁ ଅଧିକ ସଂଖ୍ୟକ ଲୋକ ଉକ୍ତ ନଳକୂପରୁ ପାଣି ନେଲେ ଜଳସ୍ତର କମିଯାଉଛି। ଆଉ ପାଣି ଆସୁନି। ଏହିଭଳି ଅବସ୍ଥାରେ ଲୋକ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଥିବା ବେଳେ ଦୀପତଳ ଅନ୍ଧାର ଭଳି କଳିଙ୍ଗା  ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଜାତୀୟ ରାଜପଥ କଡରେ ୬ନଂ ୱାର୍ଡର ଏହି ସାହିଗୁଡିକ ଥିବା ବେଳେ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗିରହିଥିଲେ ମଧ୍ୟ କାହାର ନଜର ନାହିଁ।ସେଇଭଳି ଏହି ସାହି ଗୁଡିକ ପାଇଁ ସରକାରଙ୍କ ବସୁଧା ଯୋଜନା ଭେଳିକି ପାଲଟିଛି। ବସୁଧା ଯୋଜନାରେ ଅର୍ଥ ଆସୁଛି ବ୍ୟୟ ହେଉଛି ହେଲେ ଲୋକଙ୍କ କାର୍ଯ୍ୟରେ ଲାଗୁନି।ଇଏ କି ଭଳି ଯୋଜନା ସାଧାରଣ ଲୋକ ବୁଝିପାରୁନାହାନ୍ତି।

ସରକାରଙ୍କ ଘରେ ଘରେ ଜଳ ନାରା ଏଠି କିନ୍ତୁ ଫେଲ ମାରୁଛି। ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ସରକାରଙ୍କ ବିଭିନ୍ନ ଯୋଜନା ଦିଗହରା ହେବାରେ ଲାଗିଛି।ଯୋଜନା ଯୋଜନା ବାଟରେ ରହିଯାଉଛି। ଅର୍ଥ ବ୍ୟୟ ହେଉଛି ହେଲେ ଲୋକଙ୍କ କାର୍ଯ୍ୟରେ ଲାଗୁନି ଯୋଜନାରେ ନିର୍ମିତ ପ୍ରକଳ୍ପ ସାଧାରଣ ଲୋକ ଉପକୃତ ହୋଇପାରୁନାହାନ୍ତି। ପ୍ରକଳ୍ପ ନିର୍ମାଣରେ କେବଳ ଠିକାଦାର ସରକାରୀ ବିଭାଗୀୟ ଅଧିକାରୀମାନେ ନିଜନିଜ ପକେଟ ଗରମ କରି ଲୋକଙ୍କ କଥା ଭୁଲି ଯାଉଥିବା ଅଭିଯୋଗ ହେଉଛି। ତୁରନ୍ତ କଳିଙ୍ଗା ପଞ୍ଚାୟତର ୬ନଂ ୱାର୍ଡ ବାସିନ୍ଦଙ୍କୁ ପାନୀୟ ଜଳ ଯୋଗେଇଦେବାକୁ ସାହି ବାସିନ୍ଦା ଦାବି କରିବା ସହ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ଜଳ ଯୋଗାଣ କରିବାକୁ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।