କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ବସନ୍ତପଞ୍ଚମୀ ସହ ଆରମ୍ଭ ହେବ ବ୍ରଜପୁରରେ ହୋଲି, ୫୦ ଦିନ ପର୍ଯ୍ୟନ୍ତ ଚାଲିବ ରଙ୍ଗର ଉତ୍ସବ

ମଥୁରା ୧୫।୨: ରାଧା-କୃଷ୍ଣଙ୍କ ଅମର ପ୍ରେମର ମାଟି ବ୍ରଜ ଏବେ ରଙ୍ଗର ପର୍ବ ହୋଲି ଲାଗି ଚୂଡ଼ାନ୍ତ ପ୍ରସ୍ତୁତି ସାରିଛି। ମଙ୍ଗଳବାର ସାରା ଦେଶରେ ବସନ୍ତ ପଞ୍ଚମୀ ପାଳନ ସହ ବ୍ରଜରେ ହୋଲି ଉତ୍ସବର ଶୁଭାରମ୍ଭ ହେବ । ଏଠାରେ ହୋଲିକା ଦହନ ଓ ଧୁଲେଡି (ହୋଲି) ପରେ ମଧ୍ୟ ୫୦ଦିନ ପର୍ଯ୍ୟନ୍ତ ରଙ୍ଗର ଉତ୍ସବ ପାଳନ ହେବ।


ବସନ୍ତ ପଞ୍ଚମୀରେ ପ୍ରଥମ ହୋଲି ବୃନ୍ଦାବନରେ ଠାକୁର ଶାହ ବିହାରୀ, ଠାକୁର ବାଙ୍କେ ବିହାରୀ, ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥାନ ଓ ବରସାନା ଲାଡିଲି ଜୁ (ରାଧାରାଣୀ) ମନ୍ଦିରରେ ଅନୁଷ୍ଠିତ ହେବ। ଏହା ସହ ହୋଲିର ମଧୁର ଗୀତରେ ଗଗନ ପବନ ମୁଖରିତ ହେବାରେ ଲାଗିବ ଯାହା ଏଠାରେ ହୋଲିକା ଦହନ ପର୍ଯ୍ୟନ୍ତ ଚାଲିବ।


ଠାକୁର ଶାହାବିହାରୀଙ୍କ ମନ୍ଦିରକୁ ବଙ୍କା ମନ୍ଦିର ବୋଲି ମଧ୍ୟ କୁହାଯାଏ। ଏହି ମନ୍ଦିର ବର୍ଷକୁ ମାତ୍ର ଦୁଇ ଥର ଖୋଲିଥାଏ। ଏଥିରେ ବସନ୍ତ ପଞ୍ଚମୀରେ ବର୍ଷର ପ୍ରଥମ ଦ୍ୱାର ଖୋଲା ହୁଏ। ଠାକୁରଙ୍କୁ ଅବିର ଅର୍ପଣ ସହ ଦେଶରେ ହୋଲି ଉତ୍ସବର ଶୁଭାରମ୍ଭ ହୁଏ। ଫାଲଗୁନ ଶୁକ୍ଲ ପୁର୍ଣ୍ଣିମା ପର୍ଯ୍ୟନ୍ତ ବ୍ରଜରେ ହୋଲିର ଉଲ୍ଲାର ଜାରି ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ