ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବଳ ଗୋଟାଉଛି ଏନଡିଏ, ଦକ୍ଷିଣ ଭାରତ ପାଇଁ ଏବେ ପୱନ କଲ୍ୟାଣ ଭରସା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀ ସରକାର ବିରୋଧରେ ବିରୋଧୀ ମେଣ୍ଟ ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଦ୍ବିତୀୟ ବିରୋଧୀ ‌ବୈଠକ ଅଛି। ପୂର୍ବରୁ ପାଟନାରେ ପ୍ରଥମ ବୈଠକ ହୋଇସାରିଛି। ତେବେ ଜୁଲାଇ ୧୮ ତାରିଖରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ମଧ୍ୟ ଏକ ବୈଠକ ଅଛି। ଏହି ବୈଠକରେ ଏନ୍‌ଡିଏର ଅନେକ ନୂଆ ସହଯୋଗୀ ଏବଂ ପୁରୁଣା ସହଯୋଗୀ ଯୋଗଦେବେ। ଶାସକ ଏନ୍‌ଡିଏ ମଧ୍ୟ ଶକ୍ତି ପ୍ରଦର୍ଶନ କରିବ। ଆଉ ଏହାରି ଭିତରେ ଏହି ବୈଠକରେ ଯୋଗ ଦେବାକୁ ବିଜେପି ସଭାପତି ଜେପି ନଡ୍ଡା ବିଭିନ୍ନ ଦଳର ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍ତି | ଗତକାଲି ଏଲଜେପି(ରାମବିଳାସ) ଦଳ ମୁଖ୍ୟ ଚିରାଗ ପାଶୱାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରିଥିବାବେଳେ ବର୍ତ୍ତମାନ ଦକ୍ଷିଣ ଭାରତ ରାଜନୀତିରୁ ବଡ ଖବର ସାମ୍ନାକୁ ଆସୁଛି | ମିଳିଥିବା ସୂଚନା ମୁତାବକ ଏନଡିଏ ବୈଠକରେ ଜନସେନା ମୁଖ୍ୟ ପୱନ କଲ୍ୟାଣ ମଧ୍ୟ ସାମିଲ ହେବେ | ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି |

ଜନସେନା ପକ୍ଷରୁ କୁହାଯାଇଛି ଦଳର ମୁଖ୍ୟ ପୱନ କଲ୍ୟାଣ ଏବଂ ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ନାଣ୍ଡଲା ମନୋହରଙ୍କୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ ଦିଆଯାଇଛି | ଏହି ଦୁଇ ନେତା ବୈଠକରେ ଯୋଗ ଦେବେ | ଉଲ୍ଲେଖ ଥାଉ କି ଆନ୍ଧ୍ରପ୍ରଦେଶରେ ଏକ ମିଳିତ ମେଣ୍ଟ ଗଠନ ପାଇଁ କିଛିଦିନ ହେଲା ଜନସେନା ଏବଂ ପୂର୍ବତନ ଏନଡିଏ ସହଯୋଗୀ ଟିଡିପି ମଧ୍ୟରେ ଆଲୋଚନା ଜାରି ରହିଛି | ଆଉ ଏନଡିଏ ବୈଠକରେ ଜନସେନା ଯୋଗ ଦେବ ବୋଲି ଜଣାପଡିବା ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ଉଲ୍ଲେଖ ଥାଉ କି ଗତକାଲି ଖବର ଆସିଥିଲା ଯେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶୁକ୍ରବାର ରାତି‌ରେ ଚିରାଗ ପାଶ୍ବାନଙ୍କୁ ଭେଟି ଏନଡିଏ ବୈଠକକୁ ଆମନ୍ତ୍ରଣ କରିଥିଲେ । ନଡ୍ଡା ପାଶ୍ବାନଙ୍କୁ ପତ୍ର ଲେଖି ଆମନ୍ତ୍ରଣ କରିଥିଲେ । ନଡ୍ଡା ମଧ୍ୟ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହାମ୍‌ (ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା)ର ଜିତନ ରାମ ମାଂଝି ଏବଂ ତାଙ୍କ ପୁଅ ସନ୍ତୋଷ କୁମାର ସୁମନ ମଧ୍ୟ ନିମନ୍ତ୍ରଣ କରିଥିଲେ |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ