ରାଜ୍ୟ ସ୍ପେଶାଲ ରିପୋର୍ଟ

ବଳଦେବଜିଉ ମନ୍ଦିରରେ ଟଳିପଡ଼ିଲେ ସେବାୟତ: ଦ୍ବିପ୍ରହର ନୀତି ବନ୍ଦ, ପୋତାଗଲା ପ୍ରସାଦ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କେନ୍ଦ୍ରାପଡ଼ା: ବଳଦେବଜିଉଙ୍କ ଦର୍ଶନ ବେଳେ ମନ୍ଦିର ଭିତରେ ଚାଲିଯାଇଛି ସେବାୟତଙ୍କ ଜୀବନ। ଆଜି ମନ୍ଦିର ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ସେବାୟତ ଜଣକ ହେଉଛନ୍ତି, ଖଡ଼ିଅଙ୍ଗ ଅଞ୍ଚଳର ପଦ୍ମଲୋଚନ ପଣ୍ତା(୪୮)। ଖଡ଼ିଅଙ୍ଗ ଅଞ୍ଚଳର କୃଷ୍ଣାନନ୍ଦ ପଣ୍ତାଙ୍କ ପୁଅ ଶ୍ରୀ ପଣ୍ତା ସୁଦର୍ଶନଙ୍କ ବାଡ଼ଗ୍ରାହୀ ଥିଲେ। ସେବାୟତ ସହିତ ଜଣେ ପ୍ରତିଷ୍ଠିତ ହୋଲସେଲ୍‌ ଔଷଧ ବ୍ୟବସାୟୀ ହିସାବରେ ବି ଜଣାଶୁଣା ଥିଲେ। ରଥଯାତ୍ରା, ବାହୁଡ଼ା ଯାତ୍ରା, ସ୍ନାନପୂର୍ଣ୍ଣିମା ବେଳେ ସେ ସୁଦର୍ଶନ ଠାକୁରଙ୍କୁ ପହଣ୍ତିରେ ନେଇ ରଥବିଜେ କରାନ୍ତି। ବ୍ୟବସାୟୀ ସହିତ ସେବାୟତ ହେଇଥିବାରୁ ପ୍ରତିଦିନ ଦିନବେଳା ବେପାର କାମ ସାରି ରାତିରେ ବଡ଼ସି˚ହାର ବେଶ ଦର୍ଶନ କରିବାକୁ ବଳଦେବଜିଉ ମନ୍ଦିର ଯାଇଥା’ନ୍ତି।

ଆଜି ଗୁରୁବାର ଦୋକାନ ବନ୍ଦ ଥିବାରୁ ପରିବାର ଲୋକଙ୍କ ପାଇଁ ଅପରାହ୍ନରେ ପ୍ରସାଦ ଆଣିବାକୁ ଯାଇଥିଲେ। ଦିନ ପ୍ରାୟ ସାଢେ଼ ୧ଟା ବେଳେ ମନ୍ଦିରରେ ପହଞ୍ଚିବା ପରେ ବଳଦେବଜିଉଙ୍କୁ ଦର୍ଶନ କରି ଝୁଲଣ ମଣ୍ତପରେ ବସିଥିବା ବେଳେ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ସେବକମାନେ ଅଟୋରେ ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌ ନେଇଯାଇଥିଲେ। ସେଠାରେ ଡାକ୍ତର ଶ୍ରୀ ପଣ୍ତାଙ୍କୁ ମୃତ ଘୋଷଣା କରିଥିଲେ। ହଜାରୀବଗିଚାସ୍ଥିତ ବ୍ରାହ୍ମଣ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସ˚ପନ୍ନ ହୋଇଥିବା ବେଳେ ଏକମାତ୍ର ପୁଅ ମୁଖାଗ୍ନି ଦେଇଥିଲେ।

ଅନ୍ୟପକ୍ଷରେ, ଯେତେବେଳେ ଶ୍ରୀ ପଣ୍ତା ମନ୍ଦିରରେ ଟଳିପଡ଼ିଥିଲେ, ସେତେବେଳକୁ ପ୍ରଭୁଙ୍କ ଦ୍ବିପ୍ରହର ନୀତି ଭୋଗ ଲାଗି ପାଇଁ ଅଭଡ଼ା ସମେତ ଅନ୍ୟ ପ୍ରସାଦ ପ୍ରସ୍ତୁତ ସରିଥିଲା। ଠାକୁରଙ୍କ ପାଖେ ଲାଗି ହେବାକୁ ଥିବା ପ୍ରସାଦକୁ ପୋତାଯିବା ସହିତ ନିୟମ ଅନୁଯାୟୀ ମନ୍ଦିରକୁ ପ୍ରତିଷ୍ଠା ମାର୍ଜନା କରାଯାଇଥିବା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ତାଙ୍କ ବିୟୋଗ ଖବର ପରେ ଖଡ଼ିଅଙ୍ଗସ୍ଥିତ ମେଡିକାଲ୍‌ ଛକର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତାଙ୍କର ମୃତ୍ୟୁରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶୀଭୂଷଣ ବେହେରା, ପୌରାଧୢକ୍ଷା ସରିତା ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।