ମୁମ୍ବାଇ ୨।୧: ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ଫିଲ୍ମ ସହ ଲଭ ଲାଇଫ ନିମନ୍ତେ ବେଶ ଚର୍ଚ୍ଚିତ। ଏପର୍ଯ୍ୟନ୍ତ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡି ଗୁଜବ ବଜାର ଗରମ ରହିଛି। ହେଲେ ପର୍ବର୍ତ୍ତି ସମୟରେ ଅଭିନେତ୍ରୀଙ୍କ ବିବାହ ଗୁଜବ ବଜାରକୁ ଥଣ୍ଡା କରିଦେଇଛି। ନିକଟରେ କାଟ୍ରିନା କୈଫଙ୍କ ବିବାହ ମଧ୍ୟ ହୋଇଯାଇଛି। ହେଲେ ସଲମାନଙ୍କ ବିବାହ ଏବେବି ରହସ୍ୟ ହୋଇ ରହିଛି। ତେବେ ବରିଷ୍ଠ ବଲିଉଡ ଅଭିନେତ୍ରୀ ରେଖା ପ୍ରଥମ ଥର ସଲମାନ ଏପର୍ଯ୍ୟନ୍ତ ଅବିବାହିତ ରହିବାର କାରଣ ଉପରୁ ପର୍ଦ୍ଦା ହଟାଇଛନ୍ତି।

ବିଗବସ୍ ସିଜନ-୮ରେ ରେଖା ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଲମାନଙ୍କ ବିବାହ ପ୍ରସଙ୍ଗ ପାଲଟିଥିଲା। ଯାହାକୁ ରେଖା ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ବେଶ ହାଲୁକା ଭାବେ ସମାଧାନ କରିଦେଇଥିବା ବେଳେ ପ୍ରଶଂସକଙ୍କୁ ହସାଇ ହସାଇ ବେଦମ କରିଦେଇଛନ୍ତି। ବଲିଉଡ ଅଭିନେତ୍ରୀ ରେଖା ମଧ୍ୟ ସିଙ୍ଗଲ ଅଛନ୍ତି। ଏଣୁ ଜଣେ ସିଙ୍ଗଲ ଆଉ ଜଣେ ସିଙ୍ଗଲ କାହିଁକି ବେଶ ବୁଝନ୍ତି। ଏଥିରେ ଥିବା ଗୋପନୀୟତାକୁ ରେଖା ଉଜାଗର କରିଛନ୍ତି।

ରେଖା ଏକ ସମୟରେ ବଲିଉଡରେ ଆଗଧାଡିର ନାୟିକା ଥିଲେ। ସେତେବେଳେ ସଲମାନଙ୍କ ବୟସ ଅତି ବେଶୀ ହେଲେ ୬ କିମ୍ବା ୭ ବର୍ଷ ହୋଇଥିଲା। ସେ ମଧ୍ୟ ରେଖାଙ୍କର ଜଣେ ବଡ ଫ୍ୟାନ ଥିଲେ, ତେବେ ଛୋଟ ପିଲା ଏ ବିଷୟରେ କିଛି ଜାଣି ନଥିଲେ ହେଁ ରେଖାଙ୍କୁ ପ୍ରାୟତଃ ସାଇକେଲରେ ପିଛା କରୁଥିଲେ ବୋଲି ରେଖା ବିଗବସ୍ ସିଜନ-୮ରେ କହିଛନ୍ତି। ସେତେବେଳେ ସଲମାନ ତାଙ୍କ ଅଲଖ୍ୟରେ ତାଙ୍କ ପ୍ରେମରେ ପଡି ଯାଇଥିଲେ ବୋଲି ରେଖା କହିଛନ୍ତି। ଯେଉଁଥି ପାଇଁ ସେ ଏବେବି ରେଖାଙ୍କୁ ଅପେକ୍ଷା କରିଥିବାର ସେ କହିଥିବା ବେଳେ ଫ୍ୟାନସଙ୍କୁ ହସାଇ ହସାଇ ବେଦମ କରିଛନ୍ତି।

