ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ବଲିଉଡ୍‌ ଅଭିନେତା ରଣବୀର କପୁର କରୋନା ପଜିଟିଭ୍‌

ମୁମ୍ବାଇ: କରୋନା ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ବଲିଉଡ୍‌ ଅଭିନେତା ରଣବୀର କପୁର। ତାଙ୍କ ମାଆ ନିତୁ କପୁର୍‌ ଏ ସଂପର୍କରେ ସୂଚନା ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ରଣବୀରଙ୍କର ଏକ ଫଟୋ ପୋଷ୍ଟ୍‌ କରି ମାଆ ନିତୁ ତାଙ୍କ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେବା ସହ ରଣବୀର ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ସବୁ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ନିତୁ କପୁରଙ୍କ ଏହି ପୋଷ୍ଟ୍‌ରେ କରିସ୍ମା କପୁର ଓ ରିଦ୍ଧିମା କପୁର କମେଣ୍ଟ୍‌ ବକ୍ସରେ ହାର୍ଟ ଇମୋଜି ଦେଇଛନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ଯେ ରଣବୀରଙ୍କ ପୂର୍ବରୁ ମାଆ ନିତୁ କପୁର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ଗତ ବର୍ଷ ତାଙ୍କର ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। କିଛି ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଥିଲେ ନିତୁ କପୁର। ମାଆଙ୍କ ଆରୋଗ୍ୟ ହେବା ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥି‌ଲେ ରିଦ୍ଧିମା କପୁର।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ