ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍ ଅଭିନେତା ଆସିଫ୍ ବସରାଙ୍କ ଆତ୍ମହତ୍ୟା

ମୁମ୍ବାଇ ୧୨/୧୧ : ବଲିଉଡ ଅଭିନେତା ଆସିଫ ବସରା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଦିନ ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡ୍ ସ୍ଥିତ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏବେ ସୁଦ୍ଧା ଜଣାପଡିନାହିଁ। କାଙ୍ଗଡା ଏସପି ବିମୁକ୍ତ ରଞ୍ଜନ ଏହା ସ୍ପଷ୍ଟ କରିଛନ୍ତି।


ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଓ ମାମଲାର ତଦନ୍ତ ଆରମ୍ଭ କରିଛି। ଆସିଫ ବସରା ଗତ ୫ ବର୍ଷ ହେଲା ମ୍ୟାକ୍ଲେଡଗଞ୍ଜରେ ଏକ ଭଡା ଘରେ ରହୁଥିଲେ ବୋଲି କୁହାଯାଉଛି। ତାଙ୍କ ସହ ତାଙ୍କର ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ। ଆତ୍ମହତ୍ୟାର କାରଣ ଜଣାପଡିନାହିଁ।

ମ୍ୟାକ୍ଲେଡଗଞ୍ଜ ଲଣ୍ଡନର ଜଣେ ମହିଳାଙ୍କ ସହ ଲିଭ-ଇନରେ ରହୁଥିଲେ ବୋଲି କୁହାଯାଉଛି। ଗୁରୁବାର ଅପରାହ୍ନ ସମୟରେ ସେ ନିଜ ପୋଷା କୁକୁରକୁ ବୁଲେଇବାକୁ ନେଇଯାଇଥିଲେ। ଏହାପରେ ଘରକୁ ଫେରି ସେ ନିଜ ପୋଷା କୁକୁରର ବେଲ୍ଟ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେ ଡିପ୍ରେସନରେ ଥିଲେ। କାଙ୍ଗଡା ଏସପି ବିମୁକ୍ତ ରଞ୍ଜନ ଆସିଫଙ୍କ ଆତ୍ମହତ୍ୟା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଏବଂ ପୋଲିସ ଟିମ ମାମଲାର ତଦନ୍ତ କରୁଛି ବୋଲି କହିଛନ୍ତି।


ଆସିଫ୍ ବସରା ଜଣେ ଲୋକପ୍ରିୟ କଳାକାର। ସେ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ପରଜାନିୟା, ବ୍ଲାକ ଫ୍ରାଇଡେ ଭଳି ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେ ହଲିଉଡ଼ ଫିଲ୍ମ ଆଉଟସୋର୍ସରେ ମଧ୍ୟ କାମ କରିଛନ୍ତି। ଇମ୍ରାନ ହାସମୀଙ୍କ ଫିଲ୍ମ ‘ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ’ରେ ସେ ଇମ୍ରାନ ହାସମୀଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ