ମନୋରଞ୍ଜନ

ବଲିଉଡର ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କ ଜନ୍ମ ଦିନ ; ୬୨ ବର୍ଷରେ ଫିଟ୍ ଆଣ୍ଡ ଷ୍ଟାଇଲିସ୍ ଷ୍ଟାରଙ୍କ ଲାଇଫ୍ ଷ୍ଟୋରୀ ଆହୁରି ଚମତ୍କାର

ମୁମ୍ବାଇ ୨୯/୦୭ : ବଲିଉଡର ମୁନ୍ନା ଭାଇ ତଥା ଅଭିନେତା ସଞ୍ଜୟ ଦତ୍ତ ଆଜି ୬୨ ବର୍ଷ ବୟସରେ ପାଦ ଥାପିଛନ୍ତି । ସେ ବଲିଉଡର ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି । ତେବେ ତାଙ୍କ ଜୀବନ କାହାଣୀ ବେଶ୍ ଘଟଣାବହୁଳ ଓ ଆଶ୍ଚର୍ଯ୍ୟଜନକ । ଆକ୍ଟିଙ୍ଗ ଠାରୁ ଆରମ୍ଭ କରି ବେପରୱା ଜୀବନଶୈଳୀ, ନିଶା ଠାରୁ ଆରମ୍ଭ କରି ଜେଲର କଳା କଠୋରୀ, ପ୍ରେମ ବିଚ୍ଛେଦ । ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ଏକ ନିଆରା କାହାଣୀ ।

ସୁନୀଲ ଦତ୍ତ ଓ ନର୍ଗିସଙ୍କ ପୁଅ ସଞ୍ଜୟ ଦତ୍ତ । ସଞ୍ଜୟ ଦତ୍ତଙ୍କ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତଗତ ଜୀବନ ବିଷୟରେ ଚର୍ଚ୍ଚା ହୋଇଥାଏ । ଯେତେବେଳେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ସଞ୍ଜୁ ରିଲିଜ୍ ହେବାର ଥିଲା । ସେତେବେଳେ ସଞ୍ଜୁୟଙ୍କ ବ୍ୟକ୍ତଗତ ଜୀବନ ବିଷୟରେ ଥିବା ଅନେକ ସିକ୍ରେଟ୍ ରୁ ଜଣାପଡିଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । ଏହା ସହ ସଞ୍ଜୟ ନିଜ କହିଥିଲେ କି ସେ ପ୍ରାୟତଃ ୩୦୮ ଝିଅଙ୍କ ସହ ସମ୍ପର୍କ ରଖିଥିଲେ ।

କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଥିଲେ କି ସେ ଏକା ସମୟରେ ତିନି ଜଣ ଝିଅଙ୍କ ସହ ରିଲେଶନଶିପ୍ ରେ ଥିଲେ । କିନ୍ତୁ କେବେ ସେ ଧରା ପଡି ନଥିଲେ । ତାଙ୍କ ଆଫେୟାର୍ସ ବିଷୟରେ କହିଲେ ପ୍ରଥମେ ତାଙ୍କର ଅଭିନେତ୍ରୀ ଟିନା ମୁନିମଙ୍କ ସହ ଆରମ୍ଭ ହୋଇଥିଲା । ପରେ ତାଙ୍କର ମାଧୁରୀ ଓ ରେଖାଙ୍କ ସହ ଅନ୍ୟ କେତେକଙ୍କ ସହ ମଧ୍ୟ ନାମ ଯୋଡା ଯାଇଥିଲା ।

ସଞ୍ଜୟଙ୍କର ପ୍ରଥମ ପତ୍ନୀ ରିଚା ଶର୍ମାଙ୍କୁ ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ପରେ ଦୁହିଁଙ୍କର ୧୯୮୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ଏହି ବିବାହ ସଞ୍ଜୟଙ୍କ ସାଥ ଦେଇ ନଥିଲା । ୧୯୯୬ ମସିହାରେ ରିଚାଙ୍କର ବ୍ରେନ୍ ଟ୍ୟୁମରରେ ମୃତ୍ୟୁ ହୋଇଥିଲା । ରିଚାଙ୍କର ମୃତ୍ୟୁ ପରେ ମଡେଲ ରିଆ ପିଲ୍ଲଇଙ୍କୁ ବିବାହ କରିଥିଲେ । କିନ୍ତୁ ରିଆଙ୍କ ସହ ସଞ୍ଜୟଙ୍କ ବିବାହ ଅଧିକ ବର୍ଷ ତିଷ୍ଠି ପାରି ନଥିଲା । ସଞ୍ଜୟ ୨ବର୍ଷର ଲଭ ଆଫେୟାର୍ସକୁ ଲୁଚାଇବା ପରେ ତୃତୀୟ ବିବାହ କରିଥିଲେ । ମାନ୍ୟତା ଏବେ ତାଙ୍କର ସବୁ ସୁଃଖ ଦୁଃଖର ସାଥି ହୋଇ ତାଙ୍କ ଜୀବନରେ ଅଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ