ମୁମ୍ବାଇ ୨୪/୦୩ : ଲଗାତାର ଭାବେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତ କିଛିଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ବଲିଉଡ୍ ତାରକା ଭାଇରସ କବଳରେ ପଡିଯାଇଛନ୍ତି । ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ସୁପରଷ୍ଟାର ତଥା ଇଣ୍ଡଷ୍ଟ୍ରିଜର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ୍ । ସୁଟିଂ ସମୟରେ ସେ ସଂକ୍ରମଣ ଶିକାର ହୋଇଥିଲା । ପରେ ଟେଷ୍ଟ କରାଇବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏବେ ଗାଇଡଲାଇନ ମାନି ସେ ନିଜ ଘରେ ସଂଗରୋଧରେ ରହୁଛନ୍ତି । ଗତ କିଛି ଦିନ ତଳେ ନିର୍ଦ୍ଦେଶକ ସଂଜୟ ଲିଲା ଭନସାଲୀ ଆଗାମୀ ପ୍ରୋଜେକ୍ଟ ସୁଟିଂରେ ଅସୁସ୍ଥ ହୋଇପଡିଥିଲେ । ପରେ ଟେଷ୍ଟିଂରୁ ସେ କରୋନା ପଜିଟିଭ ଚିହ୍ଟଟ ହେବା ସହ ୟୁନିଟ କିଛି ଲୋକଙ୍କ ନମୂନା ସଂଗ୍ରହ ହୋଇଥିଲା । ତେବେ ଏଥିରେ ରଣବୀର କାପୁର ସଂକ୍ରମିତ ହୋଇଥିଲେ । ତେବେ ଆଲିଆଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

