ମୁମ୍ୱାଇ୧/୫ : ବଲିଉଡରେ ପଡିଛି ମହାମାରୀର ସାଇଡ ଇଫେକ୍ଟ । ଦୀର୍ଘ ବର୍ଷେରୁ ଅଧିକ ହେବ ବଡ ପରଦାରେ ରିଲଜ ହୋଇପାରୁନି ଅର୍ଦ୍ଧାଧିକ ଫିଲ୍ମ । ଏମିତି ସମୟ ପଡିଛି ଯେ ଦର୍ଶକଙ୍କ ସହ ଫିଲ୍ମ ନିର୍ମାତାମାନେ ଚିନ୍ତାରେ ପଡିଯାଇଛନ୍ତି । ଆସନ୍ତା ମାସରେ ବି ଅନେକ ଚଳଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହେବା ଅପେକ୍ଷାରେ ଅଛି । ତେବେ ଏହି ଲିଷ୍ଟରେ ସାମିଲ ହୋଇଛି ସଲମାନଙ୍କ ବହୁ ପ୍ରତିକ୍ଷୀତ ଚଳଚିତ୍ର ରାଧେ । କେବଳ ରାଧେ ନୁହେଁ ଫରହାନ ଅଖତରଙ୍କ ତୁଫାନ ବି ରିଲିଜ ଅପେକ୍ଷାରେ ଅଛି ।
ଆସନ୍ତା ୯ ତାରିଖରେ ଡିଜନୀ ହଟଷ୍ଟାରରେ ଆସିବ ଅକେଲେ ହମ ଭି ଅକେଲେ ତୁମ ଭି । ମେ ୯ରେ ଏହା ଛୋଟ ପରାଦକୁ ଆସିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହରିଶ ବ୍ୟାସ୍ । ତେବେ ଏହାର ଲିଡରେ ଅଛନ୍ତି ଅଂଶୁମାନ ଝା ଏବଂ ଜରିନ୍ ଖାନ୍ । ଫିଲ୍ମର କାହାଣୀ ହୋମ ସେକ୍ସ ଉପରେ ଆଧାରିତ । ଜଣେ ଯୁବକ ଓ ଲେସବିୟାନ ଝିଅର କାହାଣୀ ଦେଖିବାକୁ ମିଳିବ ଏହି ଫିଲ୍ମରେ

