ରାଜ୍ୟ

ବଲାଙ୍ଗୀରରେ ମୋଦୀଙ୍କ ବିରୁଦ୍ଧରେ ଗର୍ଜିଲେ, ବିଜେଡି ବିଷୟରେ ପଦଟିଏ ବି କହିଲେନି ରାହୁଲ ଗାନ୍ଧୀ

ବଲାଙ୍ଗୀର: ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସାଲେପୁରରେ ବର୍ଷିଥିଲେ, ହେଲେ ବଲାଙ୍ଗୀରରେ  ପଦଟିଏ ବି କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ବଲାଙ୍ଗୀରରେ ଆୟୋଜିତ ଦଳୀୟ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। କେନ୍ଦ୍ର ସରକାର ୨୨ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଦେଇଛନ୍ତି। ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ। ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ।

ସେ ଆହୁରି କହିଛନ୍ତି, ପୂୂର୍ବରୁ ଯେମିତି ଚାଷୀଙ୍କର ଋଣ ଛାଡ଼ ହେଇଥିଲା, ସେମିତି ପୁଣି ଋଣ ଛାଡ଼ କରିବୁ। ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନ୍ ସହିତ ଗ୍ୟାରେଣ୍ଟି ଦେବୁ। ମୋଦୀ ସରକାର ୩ଟି କଳା ଆଇନ୍ ବନେଇଲେ। ଏବେ କିନ୍ତୁ ଆମେ ଋଣ ଛାଡ କରିବୁ, ଗ୍ୟାରେଣ୍ଟି ସର୍ବନିମ୍ନ ସହାୟକ ମୂଲ୍ୟ ଦେବୁ। ଓଡ଼ିଶାରେ ବହୁତ ପରିବାର ମନରେଗା କାମ କରନ୍ତି। ବହୁତ ମହିଳା ଆଶା ଅଙ୍ଗନବାଡିରେ କାମ କରନ୍ତି। ମନରେଗାରେ ଆଜି ମୋଦୀ ୨୫୦ ଟଙ୍କା ଦେଉଛନ୍ତି , ହେଲେ ଇଣ୍ଡିଆ ମେଣ୍ଟ ଆପଣଙ୍କୁ ୪ ଶହ ଟଙ୍କା ଦେବାକୁ ଯାଉଛି। ସେହିପରି ଆଶା, ଅଙ୍ଗନବାଡି କର୍ମୀଙ୍କୁ ଦୁଇ ଗୁଣା ଟଙ୍କା ଦେବ କଂଗ୍ରେସ। ସେହିପରି ବେରୋଜଗାର ଗ୍ରାଜୁଏଟଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।