ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବଲାଙ୍ଗୀରରେ ଆଜିଠୁ ନାଇଟ୍ କର୍ଫ୍ୟୁ: କଡାକଡି କୋଭିଡ୍ କଟକଣା, ବାହାର ଜିଲ୍ଲାବାସୀଙ୍କ ଉପରେ ନଜର

ବଲାଙ୍ଗୀର ୪/୫: ବଲାଙ୍ଗୀରରେ ଆଜିଠୁ ରାତ୍ରକାଳିନ କର୍ଫ୍ୟୁ । ଗତ କିଛି ଦିନ ମଧ୍ୟରେ କରୋନାର କାୟା ରାଜ୍ୟରେ ବିସ୍ତାର କରୁଥିବା ବେଳେ ଏଠାରେ ମଧ୍ୟ ପ୍ରତିଦିନ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ସ୍ପେଶାଲ ରିଲିଫ କମିଶନରଙ୍କ ଆଦେଶ କ୍ରମେ ୧୦ ଟି ଜିଲ୍ଲାରେ ରାତ୍ରକାଳିନ କର୍ଫ୍ୟୁ କରାଯାଇଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଏହାକୁ କଡାକଡି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଛି ପ୍ରଶାସନ ଓ ପୋଲିସ ବିଭାଗ ।

ଆଜି ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରକାଳିନ କର୍ଫ୍ୟୁ ଚାଲିବ । ଏହି ସମୟରେ ନିୟମ ଖିଲାପ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୂଷ୍ଠାନ ନେବା ସହ ଫାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲାର ବର୍ଡର ଅଞ୍ଚଳରେ ପୋଲିସ ସୁରକ୍ଷା ବଢା ଯାଇଛି । ତେବେ ରାଜ୍ୟ ବାହାରୁ କିମ୍ବା ଅନ୍ୟ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ଏସପି । ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ସହ ସାମାଜିକ ଦୁରତା ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ସଚେତନତା ଗାଡି ବୁଲିବା ସହ ଲୋକଙ୍କୁ କରାଯାଉଛି ସଚେତନ । ସେପଟେ ଜରୁରି କାମ ନଥିଲେ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ନିର୍ଦେଶ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ