କଳା ଓ ସଂସ୍କୃତି ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବର୍ଷ ୨୦୨୧ରେ ପଡୁଛି ଅନେକ ଛୁଟି: ରବିବାର ଦିନ ପଡୁଛି ମାତ୍ର ଦୁଇଟି

ନୂଆଦିଲ୍ଲୀ ୧୦/୧୨ : ବର୍ଷ ୨୦୨୦ ଶେଷ ହେବାକୁ ବସିଲାଣି। ଆସୁଛି ନୂଆ ବର୍ଷ। ୨୦୨୦ କେବଳ ଭାରତ ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା। ଲକଡାଉନ ଯୋଗୁଁ ଚଳିତ ବର୍ଷ ସମସ୍ତେ ଘରେ ହିଁ ବିତାଇଛନ୍ତି। କିନ୍ତୁ ଆପାଣ ଜାଣି ଖୁସି ହେବେ ଯେ ୨୦୨୧ ରେ ରବିବାରରେ କେବଳ ଦୁଇଟି ଛୁଟି ପଡୁଛି।

ଜାନୁଆରୀରୁ ମାର୍ଚ୍ଚ :

ଜାନୁଆରୀରେ କେବଳ ଦିନେ ହିଁ ଛୁଟି ଅଛି, ତାହା ହେଲେ ସାଧାରଣତନ୍ତ୍ର ଦିବସ। ଜାନୁଆରୀ ୨୬ ତାରିଖ ମଙ୍ଗଳବାର। ଫେବୃଆରୀରେ ଗୋଟିଏ ବି ଛୁଟି ନାହିଁ। ମାର୍ଚ୍ଚରେ ଦୁଇଟି ଛୁଟି ପଡୁଛି। ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି ଏବଂ ୨୮ ତାରିଖ ରବିବାର ଦିନ ହୋଲି ପଡୁଛି।

ଏପ୍ରିଲରୁ ଜୁନ :

୨୦୨୧ ଏପ୍ରିଲ ମାସରେ ଅନେକ ଛୁଟି ପଡୁଛି। ୨ ତାରିଖରେ ଗୁଡ଼ ଫ୍ରାଇଡେ, ୧୪ରେ ଆମ୍ବେଦକର ଜୟନ୍ତୀ, ୨୧ ତାରିଖରେ ରାମ ନବମୀ। ମେ’ ମାସରେ ୧୨ ତାରିଖରେ ଇଦ-ଉଲ-ଫିତର ପଡୁଛି। ମେ’ ୨୬ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ଛୁଟି ଅଛି। ଜୁନ ମାସରେ ୧୪ ତାରିଖରେ ରଜ ଛୁଟି ପଡୁଛି।


ଜୁଲାଇରୁ ସେପ୍ଟେମ୍ବର :

ଜୁଲାଇ ୧୨ ତାରିଖରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଛୁଟି ଅଛି। ତାଛଡା ୨୧ ତାରିଖରେ ଇଦ-ଉଲ-ଜୁହା ଅଛି। ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ରବିବାର ଦିନ ପଡୁଛି। ୧୯ ତାରିଖ ଗୁରୁବାର ଦିନ ମହରମ ପର୍ବ ପଡୁଛି। ୩୦ ତାରିଖରେ ଜନ୍ମାଷ୍ଟମୀ ପଡୁଛି। ସେହିଭଳି ସେପ୍ଟେମ୍ବର ମାସ ୧୦ ତାରିଖରେ ଗଣେଶ ଚତୁର୍ଥୀ ଛୁଟି ପଡୁଛି।

ଅକ୍ଟୋବରରୁ ଡିସେମ୍ବର :

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଛୁଟି। ଅକ୍ଟୋବର ୭ ତାରିଖ ଗୁରୁବାର ଦିନ ଅଗ୍ରସେନ ଜୟନ୍ତୀ ପଡୁଛି। ୧୫ ତାରିଖ ଶୁକ୍ରବାର ଦଶହରା ପର୍ବ ପାଳନ କରାଯିବ। ୧୯ ତାରିଖ ମଙ୍ଗଳବାର ଦିନ ଇଦ ଅଛି ଏବଂ ୨୦ ତାରିଖରେ ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀ। ସେହିଭଳି ନଭେମ୍ବର ମାସରେ ୪ ତାରିଖ ଗୁରୁବାର ଦିନ ଦୀପାବଳି ପଡୁଛି। ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅଛି। ଡିସେମ୍ବର ମାସରେ ଗୋଟିଏ ହିଁ ଛୁଟି ଅଛି। ୨୫ ତାରିଖ ଶନିବାର ଦିନ ଯୀଶୁଖ୍ରୀଷ୍ଟ ଜନ୍ମଦିନ ବା ବଡଦିନ ପାଳନ କରାଯିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ