ଦେଶ ବିଦେଶ ସ୍ୱାସ୍ଥ୍ୟ

ବର୍ଷ ଶେଷରେ ମିଳିଲା ଖୁସି ଖବର, ଦକ୍ଷିଣ ଆଫ୍ରିକାରେ କରୋନା ଦୁର୍ବଳ ହେବାରୁ ସରକାର ହଟାଇଲେ କଟକଣା

ଜୋହନ୍ସବର୍ଗ: ଏକବର୍ଷ ପୂର୍ବରୁ କରୋନାର ପ୍ରସାରକୁ ରୋକିବା ପାଇଁ ଲଗାଯାଇଥିବା ରାତ୍ରି କର୍ଫ୍ୟୁକୁ ଦକ୍ଷିଣ ଆଫ୍ରିକା ସରକାର ହଟେଇ ଦେଇଛନ୍ତି । ଏବିଷୟରେ ଅଧିକାରୀମାନେ କହିଛନ୍ତି, ସବୁ ସଙ୍କେତ ଏହି ଆଡକୁ ଇଶାରା କରୁଛି ଯେ ଦେଶ ଚତୁର୍ଥ ଲହରର ଶୀର୍ଷକୁ ପାର କରିଯାଇଛି । ରାଷ୍ଟ୍ରପତି କାର୍ଯ୍ୟାଳୟ, ରାଷ୍ଟ୍ରୀୟ କରୋନା ଭାଇରସ୍ କମାଣ୍ଡ କାଉନସିଲ୍ ଓ ରାଷ୍ଟ୍ରପତି ସମନ୍ଵୟ ପରିଷଦର ଶୁକ୍ରବାର ଦିନ ଶେଷ ହୋଇଥିବା ବୈଠକ ପରେ ଏହା କୁହାଯାଇଛି ।
ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ହିଁ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, କର୍ଫ୍ୟୁ ହଟାଇ ଦିଆଯିବ । ଲୋକଙ୍କ ଯିବାଆସିବାର ସମୟ ଉପରେ ଏବେ କୌଣସି କଟକଣା ଲଗାଯିବ ନାହିଁ । ସାର୍ବଜନିକ କାର୍ଯ୍ୟକ୍ରମରେ ସାମିଲ ଲୋକଙ୍କ ସଂଖ୍ୟା ମଧ୍ୟ ବଢେଇ ଦିଆହୋଇଛି । ବୟାନରେ କୁହାଯାଇଛି ବନ୍ଦ ସ୍ଥାନମାନଙ୍କରେ ୧ ହଜାରରୁ ଅଧିକ ଓ ଖୋଲା ସ୍ଥାନମାନଙ୍କରେ ୨ ହଜାରରୁ ଅଧିକ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିବ ନାହିଁ । ଯେଉଁ ସମାରୋହ ସ୍ଥାନଗୁଡିକ ଛୋଟ ଅଛି ଓ ଯେଉଁଠି ଉଚିତ୍ ସାମାଜିକ ଦୂରତ୍ଵର ପାଳନ କରି ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ , ସେଠାରେ ସମାରୋହ ସ୍ଥଳର କ୍ଷମତାର ଅଧା ଲୋକଙ୍କୁ ହିଁ ଆମନ୍ତ୍ରଣ କରାଯାଇ ପାରିବ ।
ରେଷ୍ଟୁରାଣ୍ଟ ଗୁଡିକ ରାତି ୧୧ଟା ପରେ ବି ମଦ ଦେଇପାରିବେ ବୋଲି ସରକାର ଘୋଷଣା କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ