ଦେଶ ବିଦେଶ ମନୋରଞ୍ଜନ

ବର୍ଷେ ପରେ ଡିଫ୍ରିଜ୍ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ, କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ବା ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଜୁନରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ବା ଏନସିବି ଦ୍ୱାରା ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଥିଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବା ନେଇ ରିୟା ନିଜ ଆବେଦନରେ କହିଥିଲେ ଯେ, ‘ମୁଁ ପେଶାରେ ଜଣେ ଅଭିନେତା / ମଡେଲ । ଏନସିବି ବିନା କୌଣସି କାରଣର ନୋଟିସରେ ୧୬/୦୯/୨୦୨୦ ତାରିଖରୁ ବ୍ୟାଙ୍କ ଆକାଉଣ୍ଟ ଏବଂ ଏଫଡିଗୁଡ଼ିକୁ ଫ୍ରିଜ୍ କରିଛି, ଯାହାକି ଅନ୍ୟାୟ ।’

ତାଙ୍କ ଆବେଦନରେ କୁହାଯାଇଥିଲେ ଯେ, ତାଙ୍କ କର୍ମଚାରୀଙ୍କୁ ଦରମା ଦେବା ଓ ଜିଏସଟି ପେମେଣ୍ଟ ଇତ୍ୟାଦି ସହିତ ବିଭିନ୍ନ ଟିକସ ଦେବା ପାଇଁ ବ୍ୟାଙ୍କ ଆକାଉଣ୍ଟର ସଞ୍ଚାଳନର ଆବଶ୍ୟକତା ରହିଛି । ଅଭିନେତ୍ରୀଙ୍କ କହିବା ମୁତାବକ ବ୍ୟାଙ୍କ ଆକାଉଣ୍ଟରେ ଥିବା ପରିମାଣ ତାଙ୍କ ଜୀବନଶୈଳୀକୁ ସମର୍ଥନ କରୁଛି । ତାଙ୍କ ଭାଇ ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ ।

ଏନସିବିର ଅତୁଲ ସରପାଣ୍ଡେ ଏହି ଆବେଦନକୁ ବିରୋଧ କରି କହିଥିଲେ ଯେ, ଏହି ଘଟଣାରେ ଆର୍ଥିକ ଅନୁସନ୍ଧାନ ଚାଲିଛି ଏବଂ ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଯଦି ଆକାଉଣ୍ଟଗୁଡିକ ଡିଫ୍ରିଜ କରାଯାଏ ତେବେ ଏହା ଯୋଗୁଁ ତଦନ୍ତରେ ବାଧା ସୃଷ୍ଟି ହେବ । କିନ୍ତୁ ଆବେଦନକୁ ଭିତ୍ତି କରି ଉପଯୁକ୍ତ ଯାଞ୍ଚ ଓ ପରିଚୟ ପରେ ଗ୍ୟାଜେଟକୁ ‘ସୁପର୍ଟନାମ’ ରେ ରିୟାକୁ ଫେରାଇ ଦିଆଯିବ ଏବଂ ୧,୦୦,୦୦୦ ଟଙ୍କା କ୍ଷତିପୂରଣ ବଣ୍ଡ କାର୍ଯ୍ୟକାରୀ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ