ଖେଳ ଦେଶ ବିଦେଶ

ବର୍ଷା ବିଗାଡ଼ିପାରେ ଟିମ୍‌ ଇଣ୍ଡିଆର ଖେଳ, ସେଞ୍ଚୁରିଆନ୍‌ରେ ଅନ୍ତିମ ଦିନରେ ଏପରି ରହିବ ପାଣିପାଗ

ମୁମ୍ବାଇ ୩୦।୧୨: ସେଞ୍ଚୁରିୟାନ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଜାରି ରହିଛି । ଆଜି ପ୍ରଥମ ଟେଷ୍ଟର ପଞ୍ଚମ ଦିନ । ବିଜୟ ପାଇଁ ଭାରତକୁ ୬ ଓ୍ୱିକେଟ୍‌ର ଆବଶ୍ୟକତା ଥିବା ବେଳେ ଶେଷ ଦିନରେ ବିଜୟ ପାଇଁ ୨୧୧ରନ୍‌ର ଟାର୍ଗେଟ ପିଛା କରିବ ସାଉଥ ଆଫ୍ରିକାକୁ। ତେବେ ଭାରତ ବିଜୟ ଦ୍ୱାର ଦେଶରେ ପହଞ୍ଚିଥିବା ବେଳେ ବର୍ଷା ସାଜିପାରେ ଭିଲେନ୍‌ ।

ପ୍ରଥମ ଟେଷ୍ଟର ମ୍ୟାଚ୍‌ ପଞ୍ଚମ ଦିନରେ ସେଞ୍ଚୁରିଆନ୍‌ରେ ପାଣିପାଗ ସାଜିପାରେ ଗେମ୍‌ ଚେଞ୍ଜର । AccuWeather ଅନୁସାରେ, ସେଞ୍ଚୁରିଆନ୍‌ରେ ୩୦ ଡିସେମ୍ବରରେ ୫.୭ ମିମିର ବର୍ଷା ହେବାର ସୂଚନା ରହିଛି । ଯଦି ପାଣିପାଗ ଠିକ୍‌ ନରୁହେ, ତେବେ ବିରାଟ ବାହିନୀଙ୍କୁ ଲାଗିପାରେ ଝଟ୍‌କା । ଅଟକିଯିବ ସିରିଜରେ ପ୍ରଥମ ବିଜୟର ସ୍ୱାଦ ।

ସୂଚନାଯୋଗ୍ୟ ଯେ, ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୩୦୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି ଟିମ୍ ଇଣ୍ଡିଆ। ଭାରତ ତାର ଦ୍ବିତୀୟ ଇନିଂସରେ ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ରନ୍ କରିପାରିନଥିଲେ । ରାହୁଲ ୨୩, ରାହାଣେ ୨୦, କୋହଲି ୧୮ ରନ୍ କରିଥିଲେ ।

ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡ଼ା ଓ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ, ଏନଗିଡି ୨ଟି ସଫଳତା ପାଇଛନ୍ତି। ଭାରତ ପ୍ରଥମ ଇନିଂସରେ ୩୨୭ ରନ୍ କରିଥିବା ବେଳେ ,ଦକ୍ଷିଣ ଆଫ୍ରିକା ୧୯୭ ରନ୍ କରି ଅଲ ଆଉଟ୍ ହୋଇଥିଲା । ୩୦୫ ରନ୍ ଟାର୍ଗେଟ୍ ର ପିଛା କରି ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ କରିଛି ୯୪ ରନ୍ । ଭରତ ପକ୍ଷରୁ ବୁମ୍ରା ୨ ଟି, ସିରାଜ ଓ ସାମି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଭାରତକୁ ବିଜୟ ପାଇଁ ଆଉ ୬ଓ୍ୱିକେଟ୍‌ ଦରକାର ରହିଥିବା ବେଳେ ସାଉଥ ଆଫ୍ରିକାକୁ ୨୧୧ର ଆବଶ୍ୟକତା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ