ଦେଶ ବିଦେଶ

ବର୍ଷା ଦିନେ ଗାଡ଼ି ତଳେ କ’ଣ ଅଛି ପ୍ରଥମେ ଦେଖ: ରତନ ଟାଟା

ନୂଆଦିଲ୍ଲୀ: ଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଗାଡ଼ି ଚାଳକମାନଙ୍କୁ ଏକ ପରାମର୍ଶ ଦେଇଛନ୍ତି। ଗାଡ଼ିକୁ ଷ୍ଟାର୍ଟ କରିବା ପୂର୍ବରୁ ତା’ ତଳେ କ’ଣ ଅଛି ପ୍ରଥମେ ଦେଖିବାକୁ ସେ କହିଛନ୍ତି। ତାଙ୍କ ସେହି ପରାମର୍ଶ ପଛର ମହତ ଉଦ୍ଦେଶ୍ୟଟି ହେଉଛି ବର୍ଷା ଦାଉରୁ ରକ୍ଷା ପାଇବା ଲାଗି ଅନେକ ସମୟ‌ରେ ବୁଲା କୁକୁର, ବିଲେଇ ଓ ଅନ୍ୟାନ୍ୟ ଜୀବ କାର୍‌ ତଳେ ଆଶ୍ରୟ ନେଇଥାନ୍ତି। ସେଭଳି କୌଣସି ଜୀବ କାର୍‌ ତଳେ ଅଛି ନା ନାହିଁ ତାହା ନଦେଖି ଗାଡ଼ି ଷ୍ଟାର୍ଟ କରି ଚଲାଇଲେ ସେହି ଜୀବଟିର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ସେଥିପାଇଁ ପ୍ରଥମେ ଗାଡ଼ି ତଳକୁ ଯାଞ୍ଚ କରିବା ଲାଗି ଟାଟା ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ସୋସିଆଲ ମିଡିଆ ଟ୍ବିଟର ଓ ଇନ୍‌ଷ୍ଟାଗ୍ରାମ୍ ଜରିଆରେ ନିଜ ଅନୁଗାମୀମାନଙ୍କୁ ରତନ ଟାଟା ଏହି ଆହ୍ବାନ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ