ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବର୍ଷା ଋତୁରେ ହୁଏ କେଶ ସମସ୍ୟା : କେଶ ଝଡ଼ିବାରୁ ମୁକ୍ତି ପାଇବାକୁ ଲଗାନ୍ତୁ ଏହି ୩ଟି ତେଲ

ଭୁବନେଶ୍ୱର : ଏବେ ମୌସୁମି ପ୍ରଭାବେରେ ବର୍ଷା ହେଉଛି। ଏହି ଋତୁରେ ଲୋକମାଙ୍କର ଅଧିକ ଚୁଟି ଝଡ଼ିବା ସସସ୍ୟା ଦେଖାଯାଏ। ପ୍ରକୃତରେ ଏହି ପାଗରେ ପରିବେଶରେ ଆର୍ଦ୍ରତା ବଢୁଥିବାରୁ ଚୁଟିର ଲୋମକୂପ ବନ୍ଦ ହୋଇଯାଏ। ଏହି କାରଣରୁ ଚୁଟି ଫାଟିବା, ଶୁସ୍କ ହେବା, ଚୁଟି କୁଣ୍ଢାଇ ହେବା ଓ ସ୍କାଲ୍ପ ଇନଫେକସନ (ଚୁଟିରେ ହେଉଥିବା ଏକ ସଂକ୍ରମଣ) ସାମାନ୍ୟ ବଢିଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମୌସୁମି ସମୟରେ ଏହି ୩ଟି ତେଲକୁ ବ୍ୟବହାର କରିପାରିବେ। ଯାହାକି ଆପଣଙ୍କ କେଶ ସମସ୍ୟା ଦୂର କରିବ।

ନଡ଼ିଆ ତେଲ:~ ନଡ଼ିଆ ତେଲରେ ଏପରି କିଛି ଫେଟି ଏସିଡ ଓ ପ୍ରୋଟିନ୍‌ ଥାଏ ଯାହାକି ଚୁଟିକୁ ମଜବୁତ କରିଥାଏ। ଏହା ଚୁଟି ଝଡ଼ିବାକୁ ମଧ୍ୟ ବନ୍ଦ କରେ।

ଟି ଟ୍ରି ତେଲ:~ ମୌସୁମି ସମୟରେ ଆପଣ ଟି ଟ୍ରି ତେଲ ମଧ୍ୟ ବ୍ୟବହାର କରିପାରିବେ। ଟି ଟ୍ରି ତେଲରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନଫ୍ଲାମେଟୋରି ଗୁଣ ଚୁଟି ଝଡ଼ିବାକୁ ବନ୍ଦ କରିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଶୁସ୍କ ଚୁଟି ସମସ୍ୟା (ହେୟାର ଡ୍ରାଏନେସ) ମଧ୍ୟ ଦୂର ହୋଇଥାଏ। ମନେ ରଖନ୍ତୁ ଏହି ତେଲକୁ ସିଧା ସଳଖ ମୁଣ୍ଡରେ ଲଗାନ୍ତୁ ନାହିଁ ଅନ୍ୟ କୌଣସି ତେଲ ସହ ମିଶାଇ ଏହି ତେଲକୁ ମୁଣ୍ତରେ ଲଗାନ୍ତୁ।

ବାଦାମ ତେଲ:~ ମୌସୁମି ସମୟରେ ଚୁଟିରେ ବାଦାମ ତେଲ ଲଗାଇବା ମଧ୍ୟ ବହୁତ ଉପକାରୀ ହୋଇଥାଏ। ବାଦାମ ତେଲରେ ଭିଟାମିନ୍‌-ଇ ଥାଏ। ଶୁସ୍କ ଚୁଟି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହି ତେଲକୁ ବ୍ୟବହାର କରିବା ପାରିବେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।