ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ

ଭାପୁର: ଭାପୁର ବ୍ଲକ୍‌ ଅଞ୍ଚଳରେ ଆବଶ୍ୟକ ବର୍ଷାଠାରୁ କମ୍‌ ବର୍ଷା ହୋଇଥିବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧା ଉପୁଜିଛି। ଗତ କିଛି ଦିନ ହେଲା ଲଘୁଚାପ ବର୍ଷା ହେଲା, କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ବର୍ତ୍ତମାନ ଆକାଶରେ କଳାହାଣ୍ଡିଆ ବର୍ଷା ଉଠାଉଛି କିନ୍ତୁ ବରଷୁନାହିଁ। ବର୍ଷା ଉଭାନ୍‌ ହୋଇ ଗଲାଣି। ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ କଲାଣି, ଯାହାକୁ ନେଇ କୃଷକମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଲେଣି।

ସୂଚନା ଅନୁଯାୟୀ, ଭାପୁର ବ୍ଲକ୍‌ ଅଞ୍ଚଳରେ ଅଗଷ୍ଟ ମାସ ଆରମ୍ଭରୁ ୧ ତାରିଖରେ ୧୧.୩ ମିମି ବର୍ଷା ହୋଇଥିବା ବେଳେ ୨ରେ ୨୪.୨ମିମି, ୩ରେ ୭୬.୩ ମିମି, ୪ରେ ୪.୧ମିମି ବର୍ଷା ହୋଇଥିଲା। ତେବେ ୫ ତାରିଖରୁ ଆଜି ପର୍ଯ୍ୟନ୍ତ ବର୍ଷାର ନାଁ ଗନ୍ଧ ନାହିଁ। ବର୍ଷା ଅଭାବରୁ ଧାନ ବିଲରେ ବେଉସଣ ଓ ରୁଆ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟିହେଉଛି। ବିଲରେ ପାଣି ଅଭାବ ଯୋଗୁ କୃଷକମାନେ କିଛି ପରିମାଣରେ ବିକଳ୍ପ ବ୍ୟବସ୍ଥା ଆପଣେଇଛନ୍ତି। କିଛି ବିଲ ନିକଟରେ ଥିବା ଚୁଆ, ପୋଖରୀ ଓ ଜଳାଶୟଗୁଡ଼ିକରୁ ମୋଟର ପମ୍ପ ଦ୍ୱାରା ପାଣି ବୁହାଇ ଧାନଗଛ ରୋଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ବର୍ଷାଭାବ ଲାଗିରହିଲେ ଗଜା ଓ ରୁଆ ଧାନ ଗଛଗୁଡ଼ିକ ମରିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ସ୍ଥାନୀୟ କୃଷକମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।