ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷାରେ ଭିଜିବ ଦୋଳ ଓ ହୋଲି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : କିଛି ଦିନ ହେଲା ରାଜ୍ୟବାସୀ ତାତିରେ ସିଝିବା ପରେ ଏବେ ସାମୟିକ ସମୟ ପାଇଁ ଏଥିରୁ ମିଳିବ ଆଶ୍ବସ୍ତି। କାରଣ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଏବଂ ୯ ଓ ୧୦ ତାରିଖରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୦ ତାରିଖରେ ଖୋର୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପଶ୍ଚିମା‌ ଝଡ଼ ପ୍ରଭାବ ଯୋଗୁଁ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଆଜି ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ହୋଲି ଦିନ (ବୁଧବାର) ବି ଏହି ସବୁ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ। ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ଓ ପରିବେଶ ଥଣ୍ଡା ରହିବ।

ପାଣିପାଗ ବିଶେଷଜ୍ଞ ସୁ‌ରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଜିଠାରୁ ରାଜ୍ୟର ଦିନର ସର୍ବୋଚ୍ଚ ତାପମାତ୍ରା ଅଧିକାଂଶ ସ୍ଥାନରେ କମିବ। ୧୧ ତାରିଖ (ଶନିବାର) ପର୍ଯ୍ୟନ୍ତ ତାପମାତ୍ରା ଅନେକ ସ୍ଥାନରେ ୩୮ ଡିଗ୍ରିରୁ ବଢ଼ିବ ନାହିଁ। ଅନେକ ସ୍ଥାନରେ ଏହା ୩୬ ଡିଗ୍ରି ତଳେ ରହିବ। ମାର୍ଚ୍ଚ ୮ରୁ ୧୦ ତାରିଖ ମଧ୍ୟରେ ପାଗର ପରିବର୍ତ୍ତନ ‌‌ହେବ। ୮ ତାରିଖରେ କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା, ୯ ତାରିଖରେ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଓ ୧୦ ତାରିଖରେ ଉଭୟ ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରରେ ପାଗ ମେଘୁଆ ରହିବ। ରାଜ୍ୟର ଅନ୍ୟସ୍ଥା‌ନରେ ପାଗ ଆଂଶିକ ମେଘୁଆ ରହିପାରେ। ୧୦ ତାରିଖରେ ଆଭ୍ୟନ୍ତର ଦକ୍ଷିଣ ଓ ଉତ୍ତରରେ ଅଳ୍ପ କେତୋଟି ସ୍ଥାନରେ ବର୍ଷା ହୋଇପାରେ। ଭୁବନେଶ୍ବରରେ ବର୍ଷା ସମ୍ଭାବନା କମ୍‌। ସମ୍ଭବତଃ ୮ରୁ ୧୦ଟା ତାରିଖ ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବ। ହୋଲି ଦିନ ବୁଧବାରରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ସାମାନ୍ୟ ରହିବ। ୧୨ ତାରିଖରୁ ପଶ୍ଚିମ/ଦକ୍ଷିଣ ଓଡ଼ିଶା ଓ ୧୩ ତାରିଖରେ ପ୍ରାୟତଃ ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ସାମୟିକ ଭାବେ ବଢ଼ିପାରେ। ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ପାଗ ମେଘୁଆ ଓ ବର୍ଷାର ସମ୍ଭାବନା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।